/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678934056.jpg)
Rainfall Alert
ଆଜିଠାରୁ ରାଜ୍ୟରେ ଘଡଘଡି ସହ ବର୍ଷା । ୪୦ରୁ ୫୦ କିମି ବେଗରେ ପବନ ବି ବହିବ । ଏଭଳି ପାଗ ୧୮ ତାରିଖ ଯାଏଁ ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମଙ୍ଗଳବାଠାରୁ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଆରମ୍ଭ ହୋଇଥିବା ବେଳେ ନୟାଗଡ଼, କଳାହାଣ୍ଡି ସମେତ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି।
ଗତକାଲି ସକାଳେ ଉପକୂଳବର୍ତ୍ତୀ ଜିଲ୍ଲା ଖୋର୍ଦ୍ଧା, ନୟାଗଡ଼ ଓ କଟକ ରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇଛି। ଆଜି ଉତ୍ତର ଉପକୂଳ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ସମେତ ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୱାର୍ଣ୍ଣିଂ ଜାରି ହୋଇଛି ।
ଆଜିଠାରୁ ପଶ୍ଚିମା ଝଡ଼ର ପ୍ରଭାବ ଅଧିକ ରହିବ । ସେଥିଲାଗି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ର ସମସ୍ତ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି। ୧୭ତାରିଖରୁ ବର୍ଷାର ବିସ୍ତୃତି ବଢ଼ିବ । ୧୮ ତାରିଖରେ ପଶ୍ଚିମା ଝଡ଼ର ପ୍ରଭାବ ସର୍ବାଧିକ ରହିବ ଏବଂ ୧୯ରେ ପ୍ରଭାବ କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆଜି ସକାଳୁ ଟ୍ୱିନ୍ ସିଟିର ବିଭିନ୍ନ ଅଂଚଳରେ ଘନ କୁହୁଡି ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)