• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟକୁ ଆସୁଛି ଆଉ ଏକ ପଶ୍ଚିମା ଝଡ଼, ଆସୁଛି ବର୍ଷା ! ଭିଜିବ ଉପାନ୍ତରୁ ଉପକୂଳ। ଦୁଇ ଦିନ ଧରି ସାରା ରାଜ୍ୟରେ ବର୍ଷାହେବ । ଆସନ୍ତା ୧୬ ଓ ୧୭ ତାରିଖରେ ପଶ୍ଚିମା ଝଡର ସର୍ବାଧକ ପ୍ରଭାବ ରହିବ । ପଶ୍ଚିମାଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ଓ ଝଡ ପବନ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ୧୬ ତାରିଖରେ ୧୩ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।

ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ, ଗଜପତି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଂଜରେ ପବନ ସହ ବିଜୁଳି, ଘଡଘଡି ହେବ । ୧୭ ତାରିଖ ପାଇଁ ୧୨ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି । ସେଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡା, ନବରଂଗପୁର, ନୂଆପଡା, କଳାହାଣ୍ଡି, ଗଂଜାମ, ଗଜପତି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା । ..

 ସେପଟେ ଉଭୟ ୧୬ ଓ ୧୭ ତାରିଖ ପାଇଁ ଓଡ଼ିଶାର ସମସ୍ତ ଜିଲ୍ଲାକୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ‌ଚେତାବନୀ ଜାରି ହୋଇଛି । ଏହାସହ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ୧୬ ତାରିଖରୁ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ଖସିବ ବୋଲି ପାଣିପାଗ କେନ୍ଦ୍ର କହିଛି ।