/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678192760.jpg)
Barakanya Waterfall
ଦୃଷ୍ଟି ଆଢୁଆଳରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ଥିବା ବରକନ୍ୟା ଜଳପ୍ରପାତ । ପ୍ରକୃତିର କୋଳରେ, ସହରୀ କୋଳାହଳଠୁ ଦୂରରେ ରହିଛି ଏହି ସ୍ଥାନ । ଗୋଟିଏ ସ୍ଥାନରେ ୪ଟି ଜଳପ୍ରପାତର ମଜା ହୁଏତ ଆଉ କେଉଁଠି ଦେଖିବାକୁ ମିଳୁନଥିବ । ଏହି ଅଂଚଳର ବିକାଶ ହୋଇପାରିଲେ ପର୍ଯ୍ୟଟନସ୍ଥଳୀ ଭାବେ ଏହା ବେଶ୍ ଆଦୃତ ହୋଇପାରନ୍ତା ବୋଲି ଆଶା ବାନ୍ଧିଛନ୍ତି ଲୋକେ ।
(Barakanya Waterfall)ପ୍ରକୃତି କୋଳରେ ଝରଣାର କୁଳୁକୁଳୁ ଶଦ୍ଦ, କୋଳାହଳ ଶୂନ୍ୟ ପରିବେଶ । କିଏ ସେଲ୍ଫି ନେବାକୁ ତ ପୁଣି କିଏ ଥଣ୍ଡା ପାଣିରେ ଗାଧୋଇ ମଜା ନେବାକୁ ଏଠାକୁ ଆସନ୍ତି । ସହରର କୋଳାହଳଠୁ ଦୂରରେ ଥିବା ଏଇ ସ୍ଥାନଟି ଅଳ୍ପ ପରିଚିତ ହେଲେ ବି ବୁଲିଯିବା ପାଇଁ ପ୍ରକୃଷ୍ଠ ସ୍ଥାନ । ନୟାଗଡ଼ ସହରଠୁ ପ୍ରାୟ ୩୨ କିଲୋମିଟର ଦୂର ଓଡ଼ଗାଁ ବ୍ଲକ ଓସ୍ତିଆମାଳ ନିହଲପ୍ରସାଦ ଗାଁରେ ରହିଛି ବରକନ୍ୟା ଜଳପ୍ରପାତ ।
ଦେଖନ୍ତୁ ଭିଡିଓ | ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କୁ ହାତଠାରି ଡାକେ ପ୍ରକୃତିର ଉପହାର ଖଣ୍ଡାଧାର
(Barakanya Waterfall)ବୁଢାବୁଢିଆଣୀ ଡ୍ୟାମଠାରୁ ୫ କିଲୋମିଟର ଦୂରରେ ଥିବା ଏହି ସ୍ଥାନ ବିଶେଷ ଭାବେ ଲୋକଲୋଚନକୁ ଆସିନଥିଲେ ବି ପ୍ରକୃତିର କାନଭାସର ଏକ ସୁନ୍ଦର ଚିତ୍ର । କାନଖାଇ ପାହାଡରୁ ବହି ଆସୁଥିବା ଝରଣା ୪ଟି ସ୍ଥାନରେ ସୃଷ୍ଟି କରିଛି ଜଳପ୍ରପାତ । ଯାହାକି ପରିବେଶକୁ କରିଛି ଅଧିକ ମନୋରମ ।
(Barakanya Waterfall)ପାହାଡର ଶୀର୍ଷରେ ପୂଜା ପାଉଛନ୍ତି କାନଖାଇ ଠାକୁରାଣୀ। ପ୍ରଥମ ପ୍ରପାତଟି କାନଖାଇ ଦେବୀଙ୍କ ନାଁରେ ଥିବାବେଳେ ଅନ୍ୟ ୩ଟି ହଳଶଗଡ଼, ବରକନ୍ୟା ଏବଂ ଶିଶୁପୁତ୍ର ନାଁରେ ନାମିତ । ଶରଣକୁଳ ପଂଚରିଡା ବନାଂଚଳ ଅଧୀନରେ ରହିଛି ଏହି ଝରଣା । ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଗଲେ ଆଗକୁ ଅଂଚଳର ବିକାଶ ହେବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ବି ବଢିବ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ । ତେଣେ ଏହାକୁ ଇକୋ ଟୁରିଜିମରେ ପରିଣତ କରିବା ନେଇ ଆଗକୁ ଯୋଜନା କରାଯାଉଥିବା ନୟାଗଡ଼ ଡିଏଫଓ କହିଛନ୍ତି ।
(Barakanya Waterfall)/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)