Advertisment

‘ଆମେ ସ୍କୁଲ୍ ଯିବୁନି, ଦିଦି ଆମ ତଣ୍ଟି ଚିପିଦେବେ’

ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ...ଏଇ ନାରା ଦେଉଛନ୍ତି ରାଜ୍ୟ ସରକାର। ନାରା ନୁହେଁ ବରଂ ସବୁ ସ୍କୁଲକୁ ଦଣ୍ଡମୁକ୍ତ ଅଂଚଳ ବି ଘୋଷଣା କରାଯାଇଛି। ହେଲେ ସ୍କୁଲରେ ଭୟଙ୍କର ମାଡ ହେଉଥିବା ଅଭିଯୋଗ ସହିତ ମାଡ ଡରରେ ସ୍କୁଲକୁ ପିଲାମାନେ ଆସୁନଥିବା ଅଭିଯୋଗ ହୋଇଛି। ନୟାଗଡ ରଣପୁର ବ୍ଲକର ଧମଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାଁରେ ଆସିଛି ଏମିତି ସାଙ୍ଘାତିକ ଅଭିଯୋଗ। ଏନେଇ ଧମଡା ଗ୍ରାମବାସୀ ରଣପୁର ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ବି କରିଛନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
School

School

ଦିଦିଙ୍କ ଊୟରେ ସ୍କୁଲ ଯାଉନାହାନ୍ତି ପିଲା। ଡରି ଡରି ଦିଦିଙ୍କ କଳାକାରନାମାକୁ ଘରେ ବଖାଣୁଛନ୍ତି କୁନି କୁନି ଝିଅ। ଖାଲି ବଖାଣୁଛି ତାହା ନୁହେଁ ବରଂ ଦିଦିଙ୍କ କଥା କହିଲା ବେଳକୁ ଡରିକି ବରଡାପତର ପରି ଥରୁଛି। ଡରିବନି ବା କେମିତି? ଗୀତ ଆସିଲାନି ବୋଲି ଦିଦି ଯଦି ତଣ୍ଟି ଚିପିଦେବେ ତେବେ ପିଲାମାନେ କରିବେ କଣ?

Advertisment

ଅଭିଯୋଗ ଏତିକିରେ ସରିନି ବରଂ ମିଶାଣ ଫେଡାଣ ଆସିଲାଣି ବୋଲି ଦ୍ୱିତୀୟ ଶ୍ରେଣୀର ଛାତ୍ରୀଙ୍କୁ ପାଂଚଣରେ ବାଡେଇଲେ ଦିଦି। ଥରେ ଚିନ୍ତା କରନ୍ତୁ...ଏତେ କୁନି ବୟସରେ ସ୍କୁଲକୁ ଏମାନେ ପାଠ ପଢିବାକୁ, ଶିଖିବାକୁ ଆସୁଛନ୍ତି। ହେଲେ ପାଠ ନଆସିଲେ ବୁଝାଇବା ପରିବର୍ତ୍ତେ ଦିଦି ଯଦି ଏମିତି ମାରିବେ ତେବେ ପିଲା ସ୍କୁଲ ଆସିବେ କେମିତି?

 କୁନି ପୁଅ ବି ଦିଦିଙ୍କ ଆକ୍ରୋଶରୁ ବଞ୍ଚିନି। ତାକୁ ଏମିତି ମାରିଛନ୍ତି ଯେ ସେ ଦୃଶ୍ୟ ଦେଖିହେବ ନାହିଁ । ଏଥିରୁ ଅନୁମାନ କରିପାରୁଥିବେ କେତେ ଜୋରରେ ଦିଦି ମାରିଛନ୍ତି ପିଲାମାନଙ୍କୁ। ସ୍ଥିତି ଏମିତି ହେଲାଣି ଯେ ଏମାନଙ୍କ ଭୟରେ ସ୍କୁଲକୁ ଆସୁନାହାନ୍ତି ପିଲା।

Advertisment

ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ...ଏଇ ନାରା ଦେଉଛନ୍ତି ରାଜ୍ୟ ସରକାର। ନାରା ନୁହେଁ ବରଂ ସବୁ ସ୍କୁଲକୁ ଦଣ୍ଡମୁକ୍ତ ଅଂଚଳ ବି ଘୋଷଣା କରାଯାଇଛି। ହେଲେ ସ୍କୁଲରେ ଭୟଙ୍କର ମାଡ ହେଉଥିବା ଅଭିଯୋଗ ସହିତ ମାଡ ଡରରେ ସ୍କୁଲକୁ ପିଲାମାନେ ଆସୁନଥିବା ଅଭିଯୋଗ ହୋଇଛି। ନୟାଗଡ ରଣପୁର ବ୍ଲକର ଧମଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାଁରେ ଆସିଛି ଏମିତି ସାଙ୍ଘାତିକ ଅଭିଯୋଗ। ଏନେଇ ଧମଡା ଗ୍ରାମବାସୀ ରଣପୁର ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ବି କରିଛନ୍ତି।

ଗୋଟିଏ ପଟେ ସରକାର କହୁଛନ୍ତି, ପିଲାମାନେ ନିର୍ଭୟ ବାତାବରଣରେ ପାଠ ପଢିବେ। ତେଣୁ ସ୍କୁଲ ଅଂଚଳକୁ ସଂପୂର୍ଣ୍ଣ ଦଣ୍ଡମୁକ୍ତ ଅଂଚଳ ଘୋଷଣା କରାଯାଇଛି। ହେଲେ ସବୁ ନିୟମକୁ ଫୁ’ କରିଦେଇଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ। ଗାଁ ଲୋକଙ୍କ କହିବା ଅନୁସାରେ, ଦିଦି ଠିକ୍‌ ସମୟରେ ସ୍କୁଲ ଆସନ୍ତି ନାହିଁ। ମନଇଚ୍ଛା ଆସନ୍ତି...ପିଲାଙ୍କୁ ନିର୍ଧୁମ ଛେଚନ୍ତି। ତେଣୁ ସ୍କୁଲ ଯିବାକୁ ଡରିଲେଣି ପିଲା। ଗାଁ ଲୋକଙ୍କ ଅଭିଯୋଗକୁ ନେଇ ଦିଦି କହିଛନ୍ତି, ମୁଁ ପିଲାଙ୍କୁ ହାତରେ ଓ ଡଷ୍ଟରରେ ବାଡେଇଛି। କୌଣସି ପିଲା ମୋର ଶତ୍ରୁ ନୁହନ୍ତି। ସେପଟେ ପୂରା ଘଟଣାରେ ରଣପୁର ବ୍ଲକ ଶିକ୍ଷାଧିକାରୀ ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି, ପିଲାଙ୍କୁ ମାଡ ମାରିବା ସଂପୂର୍ଣ୍ଣ ବେଆଇନ। ଘଟଣାର ତଦନ୍ତ କରାଯାଉଛି, ଦୋଷୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ।

ସ୍କୁଲକୁ ଦଣ୍ଡମୁକ୍ତ ଅଂଚଳ ଘୋଷଣା କରାଯିବା ପରେ ବି କେମିତି ନିର୍ଦୟ ଭାବରେ ପିଲାଙ୍କୁ ଦିଦି ମାରିଲେ? ଛୋଟ ପିଲାଙ୍କର କିଛି କ୍ଷତି ହୋଇଥିଲେ ସେଥିପାଇଁ ଦାୟୀ କିଏ ରହିଥାଆନ୍ତା ବୋଲି ଉଠୁଛି ପ୍ରଶ୍ନ।

(ରଣପୁରରୁ ଆଲୋକ ମହାରଣାଙ୍କ ରିପୋର୍ଟ)

Advertisment
Advertisment