Advertisment

BOB Peon Vacancy 2025: BOBରେ ପୂରଣ ହେବ ୫୦୦ ପଦବୀ; ଜାଣନ୍ତୁ ଓଡ଼ିଶା ପାଇଁ କେତେ ଖାଲି

ବ୍ୟାଙ୍କ୍ ଅଫ୍ ବରୋଦାରେ ଚାକିରି ସୁଯୋଗ। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
 BOB Peon vacancy 2025 apply for 500 post

BOB Peon vacancy 2025 apply for 500 post

ଆପଣ ଯଦି ବ୍ୟାଙ୍କରେ ଚାକିରି କରିବାକୁ ଚାହାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ବ୍ୟାଙ୍କ୍ ଅଫ୍ ବରୋଦା(BOB)ରେ ବାହାରିଛି ଚାକିରି। ଏନେଇ BOB ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ପିଅନ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଦଶମ ପାଶ୍ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇ ପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୫୦୦ ପଦବୀ ପୂରଣ ହେବ। ଏହି ନିଯୁକ୍ତି ସବୁ ରାଜ୍ୟରେ ହେବ। ଓଡ଼ିଶାରେ ୧୭ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ BOB ର ଅଫିସିଆଲ୍ ୱେବ୍‌ସାଇଟ୍‌ bankofbaroda.in ବା ibpsonline.ibps.in/bobapr25 କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ BOB Peon vacancy 2025 apply for 500 post Notificationରେ କ୍ଲିକ୍ କରି ଦେଖିପାରିବେ।

Advertisment

ଅଧିକ ପଢ଼ନ୍ତୁ: ଚାକିରି ହରାଇ ଚାପରେ ଅଛନ୍ତି କି… ଏହି ସମୟରେ କ’ଣ କରିବେ ଜାଣନ୍ତୁ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୩ ମେ ୨୦୨୫
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୩ ମେ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ସାଧାରଣ ବର୍ଗ – ୨୫୨ଟି ପୋଷ୍ଟ୍‌
  • OBC – ୧୦୮ଟି ପୋଷ୍ଟ୍‌
  • SC – ୬୫ଟି ପୋଷ୍ଟ୍‌
  • ST – ୩୩ଟି ପୋଷ୍ଟ୍‌
  • EWS – ୪୨ଟି ପୋଷ୍ଟ୍‌
  • ମୋଟ ପଦବୀ – ୫୦୦ଟି ପୋଷ୍ଟ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାଶ
  • ସ୍ଥାନୀୟ୍ ଭାଷାରେ ଜ୍ଞାନ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ବର୍ଷ
  • ସର୍ବାଧିକ ବୟସ –୨୬ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୧୯,୫୦୦ ଟଙ୍କା
  • ସର୍ବାଧିକ ଦରମା – ୩୭,୮୧୫ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS – ୬୦୦ଟଙ୍କା
  • SC/ST/PwBD/ମହିଳା – ୧୦୦ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • କମ୍ପ୍ୟୁଟର ଆଧାରିତ ପରୀକ୍ଷା
  • ଭାଷା ପରୀକ୍ଷା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ https://www.bankofbaroda.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ "Careers" ବା "Current Opportunities"ଲିଙ୍କରେ କ୍ଲିକ୍ କରନ୍ତୁ
  • ସମ୍ବନ୍ଧିତ ଭର୍ତ୍ତି ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • "Click here for New Registration" ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ନିଜକୁ ପଞ୍ଜିକରଣ କରାନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ଆବେଦନ ଫିସ୍ ଦିଅନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: ଚାକିରି ହୋଇଯିବ ପକ୍କା, ଯଦି ଏହି ଗୋଟିଏ ପ୍ରଶ୍ନର ଠିକ୍ ଉତ୍ତର ଦେଇଦେବେ

Govt Jobs Job Search Job Seekers Bank Of Baroda Bank Of Baroda Recruitment Job Opportunities
Advertisment
Advertisment