• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବଣ ଜଙ୍ଗଲ ଭିତରେ  ଧୋବ ଧାବଳିଆ ବାବୁମାନଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ । ସେମାନଙ୍କୁ ଦେଖିଲେ ଅନେକ ପ୍ରଶ୍ନ ଆସିବ ବି ନିଶ୍ଚୟ । ହେଲେ ଘଟଣା କଣ ଥିଲା ଓ କେଉଁ ନେତାଏ କେଉଁଠିକୁ ଯାଇଛନ୍ତି ଜାଣିବା ପରେ ଆପଣ ବି ଚୁପ୍‌ ରହିବେ । ବାଜୁଥିଲା ଝାଞ୍ଜ ମୃଦଙ୍ଗ.. ରାସ୍ତା ଉପରେ ଚାଲିଥିଲା କୀର୍ତ୍ତନ। ସକାଳୁ ସକାଳୁ ଗାଡ଼ିରୁ ଓହ୍ଲାଇଥିଲେ ଶାସକ ଦଳର ପ୍ରଭାବଶାଳୀ ନେତା । ପ୍ରଣବ ପ୍ରକାଶ ଦାସ ଓରଫ ବବି ଭାଇ.. ତାଙ୍କ ସହ କେନ୍ଦ୍ରାପଡ଼ିଆ ନେତା ଅତନୁ ସବ୍ୟସାଚୀ । ଫୁଲତୋଡ଼ା ଦେବାକୁ ମହିଳାଙ୍କ ଭିତରେ ପ୍ରତିଯୋଗିତା ବି ଥିଲା । ଏଇ ସମୟରେ ବବିଭାଇ ପଚାରିଲେ, ତମ ନେତା କୁଆଡ଼େ ଗଲେ କି? ତାଙ୍କୁ ବି ଗୋଟାଏ ତୋଡ଼ା ଦିଅ । ଯାହାକୁ ନେଇ କିଛି ସମୟ ହାସ୍ୟରସାତ୍ମକ ପରିବେଶ ସୃଷ୍ଟି ହୋଇଥିଲା ।

ସକାଳୁ ସକାଳୁ ନୟାଗଡ଼କୁ ନିମନ୍ତ୍ରିତ ହୋଇ ଯାଇଥିଲେ ବଡ଼ ବଡ଼ ନେତାଏ । ବବି ଓ ଅତନୁଙ୍କ ବାଦ୍ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ମଧ୍ୟ ଯାଇଥିଲେ । ସମସ୍ତେ ସ୍ପୋର୍ଟିଂ ଡ୍ରେସରେ ବି ଥିଲେ । ବାସ୍ତବରେ ବରକନ୍ୟା ଦେଖିବାକୁ ସେମାନଙ୍କୁ ନୟାଗଡ଼ ଡକେଇ ଆଣିଥିଲେ ଅରୁଣ ସାହୁ । ବର କନିଆଁ କଥା ଶୁଣି ଆପଣ ଟିକେ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ । ବାସ୍ତବରେ ବରକନ୍ୟା ହେଉଛି, ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ନିହାଲପ୍ରସାଦ ଗାଁ ନିକଟରେ ବହିଯାଇଥିବା ଏକ ଛଳଛଳ ଝରଣା । 

ଝରଣାଟି ଦେଖିବାକୁ ବଣ ଭିତରେ ବେଶ କସରତ କରିଥିଲେ ନେତା ।  ସବୁଠୁ ଆଗରେ ଓ ସ୍ପିଡରେ ଚାଲିଥିଲେ ବବି ବାବୁ । ତାଙ୍କ ପଛେ ପଛେ ଅରୁଣ ସାହୁ,,, ପଛେ ପଛେ ଅତନୁ ଓ ଦେବୀଭାଇ । ପାହାଡ଼ିଆ ରାସ୍ତା.. ସେଥିରେ ପୁଣି ବାବୁମାନେ ରାଜଧାନୀରେ ବସି ବସି ବୁଲାବୁଲି ଅଭ୍ୟାସ ହରେଇଲେଣି । ହେଲେ ହଠାତ୍‌ ବଣ ଭିତରେ ଏମିତି ଯିବାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।

ତେବେ ନୟାଗଡ଼କୁ ପ୍ରଣବ ପ୍ରକାଶ ଓରଫ ବବିଙ୍କର ଏ ଅଚାନକ ଗସ୍ତ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି। ଚର୍ଚ୍ଚା ହେଉଥିଲା ଯେ, ତୃତୀୟ ମହଲା ସହ ଅରୁଣଙ୍କ ସଂପର୍କ ଶିଥିଳ ପଡ଼ିଯାଇଛି। କଥାଟି ସତ କି ମିଛ, ତାହା ତ ରାଜନୈତିକ ପଣ୍ଡିତମାନେ କହିବେ, କିନ୍ତୁ ବବିଙ୍କୁ ନିଜ ଏରିଆକୁ ନିମନ୍ତ୍ରଣ କରି, ଅରୁଣ ଯେ କ୍ଷମତା ଅଳିନ୍ଦରେ ନିଜର ଆସନଟି ସୁରକ୍ଷିତ କରିବାକୁ ଚାହୁଁଛନ୍ତି, ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି।

 

(ନୟାଗଡ଼ରୁ ଜୟେନ୍ଦ୍ର ବେହେରାଙ୍କ ରିପୋର୍ଟ)