• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଉଦ୍ଧାର ହେଲା ନିଖୋଜ ମାଟ୍ରିକ ପରୀକ୍ଷାର୍ଥୀ । ନୟାଗଡ଼ ଦଶପଲ୍ଲା ଥାନା କୃଷ୍ଣଚନ୍ଦ୍ରପୁର ପାଟଣା ଗାଁର ପ୍ରଦୀପ ନାୟକ ନାମକ ଛାତ୍ର ଘରକୁ ଫେରିଛନ୍ତି । ନିଖୋଜ ମାଟ୍ରିକ ପରୀକ୍ଷାର୍ଥୀ ଭୂତପଲ୍ଲୀ ପାଖରୁ ଉଦ୍ଧାର ହୋଇଛନ୍ତି । ଏକ ଆମ୍ବ ଗଛ ମୂଳେ ବସିଥିଲା ବେଳେ ଲୋକମାନେ ତାଙ୍କୁ ଉଦ୍ଧାର କରିଛନ୍ତି ।

ଉଦ୍ଧାର ପରେ ନିଜ ଗାଁ କୃଷ୍ଣଚନ୍ଦ୍ରପୁରକୁ ଆଣି ପୋଲିସରେ ଜିମା ଦେଇଛନ୍ତି ଲୋକେ । ୟୁନିଫର୍ମରେ ନଥିବାରୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇନଥିବା ଛାତ୍ର ଜଣକ କହିଛନ୍ତି । ରାଧାମୋହନ ଜୀଉ ହାଇସ୍କୁଲ ସେଣ୍ଟରରୁ ଫେରାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି । ଘରକୁ ନ ଫେରିବାରୁ ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ ।

ଅନ୍ୟପଟେ ଛାତ୍ରଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ସ୍କୁଲ ପରୀକ୍ଷା ଦାୟିତ୍ୱରେ ଥିବା ସ୍କୁଲର ଶିକ୍ଷୟିତ୍ରୀ । ସୂଚନା ମୁତାବକ ଛାତ୍ର ଜଣକ ଘରୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଇ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆନୁସାରେ ସେହି ଗାଁର ପ୍ରମୋଦ ନାୟକଙ୍କ ପୁଅ ପ୍ରଦୀପ ନାୟକ ରାଧା ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପାଠ ପଢନ୍ତି ।

ଆଜି ସକାଳ ୭ଟାରେ ଦଶପଲ୍ଲା ବାଳକ ଉଚ୍ଚ ବିଦ୍ୟାଳୟକୁ ଦଶମ ପରୀକ୍ଷା ଦେବାକୁ ଯାଉଥିଲେ । ହେଲେ ସେ ୟୁନିଫର୍ମରେ ନଥିବାରୁ ଛାତ୍ରକୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇ ନଥିଲା ।

ଏନେଇ ଛାତ୍ରଙ୍କ ମା’ କହିଛନ୍ତି, ପୁଅ ପରୀକ୍ଷା ଦେବାକୁ ଯାଇଥିଲା । ହେଲେ ରାଜଲକ୍ଷ୍ମୀ ମ୍ୟାଡାମ୍‌ ପରୀକ୍ଷା ହଲ୍‌ ଭିତରୁ ତଡ଼ି ଦେଲେ । ଏବେ ପିଲାଟି ମୋର କୁଆଡ଼େ ପଳେଇଛି ।

ତେବେ ଛାତ୍ର ଜଣକ ଘରକୁ ନଫେରିବା ପରେ ଦଶପଲ୍ଲା ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ହେଲେ ବର୍ତ୍ତମାନ ଏବେ ଛାତ୍ର ଜଣକ ଉଦ୍ଧାର ହୋଇଛନ୍ତି ।