• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦାଣ୍ଡ ଦୁଆରେ ପୁଅର ଶବ ଶୋଇଛି, ମୁଣ୍ଡ ବାଡ଼େଇ ଭୋଭୋ ହୋଇ ମାଆ କାନ୍ଦୁଛି । ଧନରେ...ବାବାରେ କେତେ କଣ ଡାକୁଛି । ହେଲେ ପୁଅ ଉଠୁନି । ଏବେ ଉଠୁନି କି କେବେ ବି ଉଠିବନି । ଯେଉଁ ପୁଅକୁ ୧୦ ମାସ ଗର୍ଭରେ ରଖି ଦୁନିଆର ଆଲୋକ ଦେଖାଇଥିଲା...ବୁଢା ବେଳେ ତା’ର ସେବା ପାଇବା ଲାଗି ସ୍ୱପ୍ନ ଦେଖୁଥିଲା । ସେଇ ପୁଅ ଯେତେବେଳେ ଆଖି ସାମ୍ନାରେ ସଂସାର ଛାଡ଼ି ଚାଲିଯାଉଛି ସେତେବେଳେ କୋଉ ମାଆ ବା ଧୈର୍ଯ୍ୟ ଧରିବ?

କାଳ ହେଲା ରାମନବମୀ ଯାତ୍ରା ଦେଖିବା...ବିଳମ୍ବିତ ରାତିରେ ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣାର ଶିକାର ହେଲେ ୩ ଯୁବକ । ଖାଲି ଦୁର୍ଘଟଣାର ଶିକାର ହେଲେ ତାହା ନୁହେଁ ବରଂ ୩ ଜଣଙ୍କର ଚାଲିଗଲା ଜୀବନ । ଗଛରେ ଗାଡ଼ି ଏମିତି ପିଟି ହେଲା ଯେ ତିନି ଜଣଯାକ ସାଙ୍ଗଙ୍କର ଗଲା ପ୍ରାଣ । ନୟାଗଡ଼ ଓଡଗାଁରେ ଚାଲିଥିବା ଶ୍ରୀରାମ ନବମୀ ଯାତ୍ରା ଦେଖି ଫେରୁଥିବାବେଳେ କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ ବରଗଛକୁ ପିଟିଥିଲା ବାଇକ l ସ୍ଥାନୀୟ ଅଂଚଳର ମହେଶ୍ବରପୁର ଗାଁସ୍କୁଲ ସାହିର ମାଧବ ପ୍ରଧାନ,ସୂର୍ଯ୍ୟକାନ୍ତ ପ୍ରଧାନ ଓ ରାଜେଶ ନାୟକଙ୍କର ଅକାରଣେ ଚାଲିଗଲା ଜୀବନ ।

ଦେଖନ୍ତୁ ଭିଡିଓ | ପିଲାଟି ଦିନରୁ ସାଙ୍ଗ ଥିଲେ...ଦୁର୍ଘଟଣାରେ ସାଙ୍ଗ ହୋଇ ଚାଲିଗଲେ

ଦୁର୍ଘଟଣାର ଖବର ପାଇବା ପରେ ତୁରନ୍ତ ଆହତଙ୍କୁ ମେଡ଼ିକାଲରେ ଭର୍ତି କରାଯାଇଥିଲା । କିନ୍ତୁ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତିନି ସାଙ୍ଗଙ୍କର ଚାଲିଗଲା ଜୀବନ । ଏକା ସାଙ୍ଗରେ ତିନିଜଣଙ୍କ ଜୀବନ ଯିବା ପରେ ଏବେ ପୂରା ଗାଁରେ ଶୋକାକୂଳ ପରିବେଶ । ଆଉ ଗାଁରେ ଯେତେବେଳେ ଶବ ପହଞ୍ଚିଲା ସେତେବେଳର ଦୃଶ୍ୟ କେତେ କଷ୍ଟ ଦାୟକ ଥିଲା ତାହାକୁ ବର୍ଣ୍ଣନା କରିବା ଆମ ପକ୍ଷରେ କଷ୍ଟସାଧ୍ୟ...

(ନୟାଗଡ଼ରୁ ଜୟେନ୍ଦ୍ର ବେହେରାଙ୍କ ରିପୋର୍ଟ)