/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746349958.jpg)
ISRO Scientist and Engineer Bharti 2025
ଆପଣ ବୈଜ୍ଞାନିକ ହେବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଏହି ଖବର ଆପଣଙ୍କ ପାଇଁ। ଇସ୍ରୋ(ISRO)ରେ ବାହାରିଛି ଚାକିରି। ଏନେଇ ISRO ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
Advertisment
ଏହି ନିଯୁକ୍ତି ମାଧ୍ୟମରେ ବୈଜ୍ଞାନିକ/ଇଂଜିନିୟର୍ ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୬୩ ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ISROର ଅଫିସିଆଲ୍ ୱେବ୍ସାଇଟ୍ isro.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ ISRO Scientist and Engineer Bharti 2025 apply for 63 post Notificationରେ କ୍ଲିକ୍ କରି ଦେଖିପାରିବେ।
Advertisment
ଅଧିକ ପଢ଼ନ୍ତୁ: ଚାକିରି ହରାଇ ଚାପରେ ଅଛନ୍ତି କି… ଏହି ସମୟରେ କ’ଣ କରିବେ ଜାଣନ୍ତୁ
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
- ଅନ୍ଲାଇନ୍ ଆବେଦନ ଶେଷ – ୧୯ ମେ ୨୦୨୫
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଖାଲି ପଦବୀ:
- ବୈଜ୍ଞାନିକ/ଇଞ୍ଜିନିୟର 'SC' (ଇଲେକ୍ଟ୍ରୋନିକ୍ସ) – ୨୨ଟି ପୋଷ୍ଟ୍
- ବୈଜ୍ଞାନିକ/ଇଞ୍ଜିନିୟର 'SC' (ମେକାନିକାଲ୍) – ୩୩ ଟି ପୋଷ୍ଟ୍
- ବୈଜ୍ଞାନିକ/ଇଞ୍ଜିନିୟର 'SC' (କମ୍ପ୍ୟୁଟର ବିଜ୍ଞାନ) – ୮ଟି ପୋଷ୍ଟ୍
- ମୋଟ ପଦବୀ – ୬୩ଟି ପୋଷ୍ଟ
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଯୋଗ୍ୟତା:
- ସର୍ବନିମ୍ନ ୬୫% ନମ୍ବର ସହିତ ପ୍ରାସଙ୍ଗିକ ବିଷୟରେ (ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ୍, ମେକାନିକାଲ୍ ଇଞ୍ଜିନିୟରିଂ କିମ୍ବା କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ) ବିଇ/ବି.ଟେକ୍ ଡିଗ୍ରୀ।
- ଏକ ବୈଧ GATE ସ୍କୋରକାର୍ଡ ଥିବା ବାଧ୍ୟତାମୂଳକ।
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ସର୍ବନିମ୍ନ ବୟସ – ୧୮ବର୍ଷ
- ସର୍ବାଧିକ ବୟସ –୨୮ ବର୍ଷ
- ବୟସ ଗଣନା ୧୯।୦୫।୨୦୨୫ ଅନୁସାରେ ହେବ
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଆବେଦନ ଶୁଳ୍କ:
- ସାଧାରଣ ବର୍ଗ/OBC/EWS – ୨୫୦ଟଙ୍କା
- SC/ST/PwBD/ESM – ଦେୟମୁକ୍ତ
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
କିପରି କରିବେ ଆବେଦନ:
- ଅଫିସିଆଲ୍ ୱେବସାଇଟ୍ isro.gov.in କୁ ଯାଆନ୍ତୁ
- ହୋମ୍ପେଜ୍ରେ "Scientist Engineer" ଲିଙ୍କ୍ରେ କ୍ଲିକ୍ କରନ୍ତୁ
- ନିଜକୁ ପଞ୍ଜିକରଣ କରାନ୍ତୁ
- ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
- ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପ୍ଲୋଡ୍ କରନ୍ତୁ
- ଆବେଦନ ଫିସ୍ ଦିଅନ୍ତୁ
- ‘Submit’ ବଟନ୍ରେ କ୍ଲିକ୍ କରନ୍ତୁ
- ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ
ଅଧିକ ପଢ଼ନ୍ତୁ: ଚାକିରି ହୋଇଯିବ ପକ୍କା, ଯଦି ଏହି ଗୋଟିଏ ପ୍ରଶ୍ନର ଠିକ୍ ଉତ୍ତର ଦେଇଦେବେ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)