Advertisment

ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଆକ୍ରମଣ

ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଏକ ବୁଥ୍‌ରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

author-image
Manoranjan Behera
Odisha Politics

Odisha Politics

ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଆକ୍ରମଣ। ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଏକ ବୁଥ୍‌ରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ନରସିଂହ ଭତ୍ରା ଝରିଗାଁ ଥାନାରେ ଏତଲା ଦେଇଛନ୍ତି।

Advertisment

ଶ୍ରୀ ଭତ୍ରାଙ୍କ ଅଭିଯୋଗ କରିଛନ୍ତି ଯେ, ଦେଉଳକୋନା ଗାଁର ୨୦୪ ନମ୍ବର ବୁଥ୍‌ରେ ଅନିୟମିତତା ହେଉଥିବା ତଥା ବୁଥ୍ କ୍ୟାପଚରିଂ ପାଇଁ ପ୍ରୟାସ କରାଯାଉଥିବା କଥା ଶୁଣି ସେ ସେଠାକୁ ଯାଇଥିଲେ। ସେହି ସମୟରେ ଦୁର୍ବୃତ୍ତମାନେ ବିଜୁ ଜନତା ଦଳ ଜିନ୍ଦାବାଦ କହି ତାଙ୍କ ବିଧାନସଭା ପ୍ରାର୍ଥୀ ପରିଚୟ ପତ୍ର ଓ ସେ ପିନ୍ଧିଥିବା ସୁନା ଚେନ୍‌କୁ ଟାଣି ନେଇଥିଲେ। ସେମାନେ ଅସଭ୍ୟ ଭାଷାରେ ଗାଳି କରିବା ସହିତ ତାଙ୍କୁ ଲାତ, ଗୋଇଠା ଓ ବିଧା ମାରି ତଳେ ପକାଇ ତାଙ୍କ ବେକକୁ ଚିପି ଜୀବନରେ ମାରି ଦେବା ପାଇଁ ପ୍ରୟାସ କରିଥିଲେ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ବୁଥ୍‌କୁ ଯାଇ ପୋଲିଂ କେତେ ହୋଇଛି ବୋଲି ମୁଁ ପଚାରିଥିଲି। ସେଠାରେ ଥିବା ଲୋକେ ମୋତେ ସେ ସଂପର୍କରେ ଉତ୍ତର ଦେଇଥିଲେ। ତଦାରଖ କରି ମୁଁ ବାହାରକୁ ଆସିବା ପରେ କିଛି ମଦ୍ୟପ ବ୍ୟକ୍ତି କାହିଁକି ମୁଁ ବୁଥ୍ ଭିତରକୁ ପଶିଲି ବୋଲି ପ୍ରଶ୍ନ କରିଥିଲେ। କେମିତି ଭୋଟ୍ ଚାଲିଛି ତାହା ପଚାରିବାର ଅଧିକାର ମୋର ଅଛି ବୋଲି ମୁଁ ସେମାନଙ୍କୁ କହିଥିଲି। କିନ୍ତୁ ସେମାନେ କିଛି ନ ଶୁଣି ଧକ୍କା ମାରି ବାହାରକୁ ନେଇ ଯାଇଥିଲେ। ଗାଳି କରିବା ସହିତ ସେମାନେ ମୋତେ ପିଟି ଥିଲେ। ପ୍ରାୟ ୨୦/୩୦ ଜଣ ଏଥିରେ ସଂପୃକ୍ତ ଥିଲେ।

Advertisment

ସେପଟେ ଛତ୍ରପୁରର ୨୭ ଓ ୧୬୩ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରିବା ସହିତ ଗିରଫ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ସେମାନେ ଡ୍ୟୁଟିରେ ଗୁରୁତର ଅବହେଳା କରିଥିବା ୱେବ୍ କାଷ୍ଟିଂ ଜରିଆରେ ଦେଖିବାକୁ ମିଳିଥିଲା। ତେଣୁ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ଧଳ କହିଛନ୍ତି। ଏହା ସହିତ ଗୋପାଳପୁରର ୧୯୩ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

Odisha Politics General Election 2024
Advertisment
Advertisment