• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନିର୍ବାଚନ ଆଚାରଣ ବିଧି ଉଲଂଘନ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାର ଦୁଇ ଭାରପ୍ରାପ୍ତ ଶିକ୍ଷକ ନିଲମ୍ବିତ । ଏମାନେ ହେଲେ ପାପଡାହାଣ୍ଡି ବ୍ଲକ ପିତାରୀଗୁଡା ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୌତମ ଚରଣ ସାହୁ ଏବଂ ଡାବୁଗାଁ ବ୍ଲକ ପୂଜାରୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ମନୋଜ କୁମାର ଭତ୍ରା ।

ଦୁହିଁଙ୍କୁ ନିଲମ୍ବନ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କମଳ ଲୋଚନ ମିଶ୍ର । ଦୁହେଁ ସରକାରୀ ଚାକିରି କରି BJDର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଭିଯୋଗ ହୋଇଥିଲା । ଗତ ୨୬ତାରିଖରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୈଦଲପୁରରେ ହୋଇଥିବା ବିଜେଡିର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ନେଇ ଅଭିଯୋଗ ଆଣିଥିଲା ବିଜେପି ।

ଅଧିକ ପଢ଼ନ୍ତୁ: ନାମାଙ୍କନ ଭରି ପ୍ରଚାର ଚଳାଇଥିଲେ, ହଠାତ୍‌ ବଦଳାଇ ଦେଲେ ଦଳ

ନିଲମ୍ବନ ପରେ ଦୁହିଁଙ୍କୁ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି l ସେହିପରି ଗତ କିଛିଦିନ ତଳେ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଥିଲେ ଢେଙ୍କାନାଳ ବିଜେଡି ବିଧାୟକ ସୁଧିର କୁମାର ସାମଲ । ନିଜ ଫେସବୁକ୍ ଆଇଡିରେ ଲୋକଙ୍କୁ ସାଇକେଲ ବଣ୍ଟନ କରୁଥିବାର ଫଟୋ ପୋଷ୍ଟ କରିଥିଲେ ।

ଗତ ଏପ୍ରିଲ ୨୦ ତାରିଖ ଶନିବାର ରାତିରେ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଅଉଖମା ଗ୍ରାମରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କୁ ସାଇକେଲ ବାଣ୍ଟିଥିଲେ ସୁଧିର । ଏହାର ଫଟୋ ସେ ନିଜ ଫେସବୁକ୍ ରେ ଅପଲୋଡ କରିଥିଲେ I ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ସମୟରେ ଆଚରଣ ବିଧି ଉଲଙ୍ଘନ ନେଇ ଅଭିଯୋଗ ମଧ୍ୟ ଉଠିଛି ।

ତେବେ ଏନେଇ ସୁଧୀର କହିଥିଲେ, ତୈଳିକ ବୈଶ୍ୟ ସମାଜର କର୍ଯ୍ୟକ୍ରମରେ ଯୋଗ ଦେଇ ଯାଇଥିବା ବେଳେ ସାଇକେଲ ବଣ୍ଟନ କରାଯାଇଥିଲା । ତୈଳିକ ସମାଜ ସଦସ୍ୟଙ୍କ ଅନୁରୋଧ କ୍ରମେ ସେ ସାଇକେଲ ବଣ୍ଟନ କରିଥିଲେ । ତେବେ ସେ ଯେଉଁ ସାଇକେଲ ବଣ୍ଟନ କଲେ ତାହା ତାଙ୍କ ପଇସାରେ ନୁହେଁ ବୋଲି ସେ କହିଥିଲେ ।