Advertisment

ମେ' ୧୦ରେ ମୋଦିଙ୍କ ରୋଡ୍‌ ସୋ’; ୮ରେ ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ ଓ ବିଷ୍ଣୁ ଦେବ ସାଏ

ମୋଦିଙ୍କ ଏହି ରୋଡ ସୋ'ରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଅଡ଼ିଓ ବାର୍ତ୍ତା ମାଧ୍ୟମରେ ଅପିଲ କରିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜଭବନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ସୁରକ୍ଷା ସମ୍ବନ୍ଧରେ ଚାଲିଛି ବୈଠକ ।

author-image
Sonali Ojha
ଅଦ୍ୟତନ ହୋଇଛି
PM Modi to Hold Roadshow On May 10

Roadshow

ଭୁବନେଶ୍ବରରେ ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ଼ ସୋ' । ସେଦିନ ସନ୍ଧ୍ୟା ୬ଟାରୁ ଭୁବନେଶ୍ବରରେ ରୋଡ ସୋ' କରିବେ ପିଏମ ମୋଦି । ମାଷ୍ଟରକ୍ୟାଣ୍ଟିନରୁ ରୋଡ ସୋ' ବାହାରି ବାଣୀବିହାର ପର୍ଯ୍ୟନ୍ତ ଚାଲିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Advertisment

ମୋଦିଙ୍କ ଏହି ରୋଡ ସୋ'ରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଅଡ଼ିଓ ବାର୍ତ୍ତା ମାଧ୍ୟମରେ ଅପିଲ କରିଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜଭବନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ସୁରକ୍ଷା ସମ୍ବନ୍ଧରେ ଚାଲିଛି ବୈଠକ । ଭୁବନେଶ୍ବର ବିମାନବନ୍ଦର ଅଧିକାରୀ, SPGଙ୍କ ସହ କମିସନରେଟ ପୋଲିସର ବୈଠକ ହୋଇଛି। ବୈଠକରେ ଡିସିପି ପ୍ରତୀକ ସିଂଙ୍କ ସମେତ ୩ ଅତିରିକ୍ତ ଡିସିପି ଉପସ୍ଥିତ ଅଛନ୍ତି।

ଅଧିକ ପଢ଼ନ୍ତୁ: ମୋଦି ଗ୍ୟାରେଣ୍ଟି; ‘ଜୁନ ୧୦ରେ ଓଡ଼ିଶାରେ BJPର ମୁଖ୍ୟମନ୍ତ୍ରୀ ଶପଥ ନେବେ, ଆପଣଙ୍କୁ ନିମନ୍ତ୍ରଣ’

Advertisment

ଓଡ଼ିଶାରେ ବିଜେପି ପାଇଁ ପ୍ରଚାର କରିବାକୁ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦଳର ତୁଙ୍ଗ ନେତା। ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭବାନୀପାଟଣା ଓ ରାୟଗଡ଼ାରେ ଜନସଭାକୁ ସମ୍ବୋଧିତ କରିବେ। ସେହିପରି ନବରଙ୍ଗପୁର ଆସିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ। ରାୟପୁରରୁ ହେଲିକପଟରରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କୋଟପାଡ଼, ନବରଙ୍ଗପୁର ଓ ଉମରକୋଟ୍ ରେ ସଭା କରି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗିବେ।

ସେହିପରି ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ ବିଜେପିର ଆଉ ୨ ବରିଷ୍ଠ ନେତା ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ପୁରୀ ଓ କୃଷ୍ଣପ୍ରସାଦ ସମାବେଶରେ ଯୋଗଦେବେ ଗଡ଼କରୀ। ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ୩ଟି ସ୍ଥାନ ଯଥାକ୍ରମେ ମାଲକାନଗିରି, ଚିତ୍ରକୋଣ୍ଡା, ଖଲ୍ଲିକୋଟରେ ସଭା କରିବେ ବୋଲି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଇତିମଧ୍ୟରେ ଓଡ଼ିଶା ପାଇଁ ବିଜେପିର ୪୦ ଜଣିଆ ଷ୍ଟାର କ୍ୟାଂପେନର ତାଲିକା ପ୍ରକାଶ ପାଇଛି। ଡ୍ରିମ୍‌ଗାର୍ଲ ହେମାମାଳିନୀ ଓଡ଼ିଶାରେ ପ୍ରଚାର କରିବା ନେଇ ଚର୍ଚ୍ଚା ହେଉଛି। ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ହେମାମାଳିନୀ ସାମିଲ ହୋଇଛନ୍ତି।ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନରେ ହେମା ସାମିଲ ହୋଇଥିବା କୁହାଯାଉଛି। ବିଜେପିର ୪୦ ଜଣିଆ ଷ୍ଟାର କ୍ୟାଂପେନର ତାଲିକାରେ ହେମାମାଳିନୀଙ୍କ ନାଁ ରହିଛି।

Rajnath Singh PM Narendra Modi General Election 2024
Advertisment
Advertisment