• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନବରଙ୍ଗପୁର ଜିଲ୍ଲାରେ ରୁବେଲା ଆତଙ୍କ । ବର୍ତ୍ତମାନ ସୁଦ୍ଧା ୨ ରୁବେଲା ରୋଗୀ ଚି଼ହ୍ନଟ ହୋଇଛନ୍ତି l ଗତ ୨୯ ତାରିଖରେ ସାମ୍ପୁଲ ନିଆଯାଇଥିବା ବେଳେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ WHO ଟିମ ସୂଚନା ଦେଇଛନ୍ତି l ଦୁଇ ରୋଗୀ ହେଉଛନ୍ତି ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡା ଗ୍ରାମର ।

ସମୁଦାୟ ୫ ଜଣ ରୋଗୀଙ୍କଠାରୁ ସାମ୍ପଲ ନିଆଯାଇଥିବା ବେଳେ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l ଏହା ଏକ ଭୁତାଣୁ ଜନିତ ରୋଗ ହୋଇଥିବାରୁ ବାୟୁ ମଣ୍ଡଳରେ ବ୍ୟାପିଥାଏ l ଗର୍ଭବତୀ ହେବାର ପ୍ରଥମ ୩ ମାସ ଭିତରେ ଯଦି ମାଆକୁ ଏହି ରୋଗ ହୁଏ ତେବେ ଗର୍ଭସ୍ତ ଶିଶକୁ ସଂକ୍ରମଣ ହୋଇଥାଏ ।

ଜନ୍ମ ସମୟରେ ହୃଦ ରୋଗ, ବାକଶକ୍ତି ହରାଇବା, ଶ୍ରାବଣ ଶକ୍ତି ହରାଇବା, ଦୃଷ୍ଟି ଶକ୍ତି ହରାଇବା ସହ ଗର୍ଭପାତ ବି ହେବା ସମ୍ଭାବନା ଥାଏ l ବର୍ତ୍ତମାନ ରୁବେଲାର ସ୍ଥିତି ଯାଞ୍ଚ ପାଇଁ WHO ଟିମ ଓ ଜିଲ୍ଲା ସ୍ୱାସ୍ଥ୍ୟ ଟିମ ପଡାଲଗୁଡା ଗ୍ରାମକୁ ଯାଇଛନ୍ତି । ଅନେକ ସନ୍ଦିଗ୍ଧଙ୍କ ସାମ୍ପୁଲ ନିଆଯାଉଛି l ସଂକ୍ରମଣ ହୋଇଥିବା ଦୁଇ ରୋଗୀଙ୍କୁ ବର୍ତ୍ତମାନ ସଙ୍ଗରୋଧ କରାଯାଇଛି l

ରୁବେଲା ରୋଗ କ’ଣ?

ରୁବେଲା ରୋଗ ଭୁତାଣୁ ଦ୍ୱାରା ବ୍ୟାପିଥାଏ । ଏହି ରୋଗ ଅତି ସାମାନ୍ୟ ଧରଣର ହୁଏ ଓ ଅଧା ଲୋକ ନିଜେ ଅସୁସ୍ଥ ଥିବା ଅନୁଭବ କରିପାରନ୍ତି ନାହିଁ । ପ୍ରଥମେ ମୁହଁରେ ଆରମ୍ଭ ହୋଇଥାଏ ସାରା ଦେହକୁ ବ୍ୟାପିଯାଏ । ଲସିକା ଗ୍ରନ୍ଥି ସାଧାରଣତଃ ଫୁଲିଯାଏ ଓ କିଛି ସପ୍ତାହ ରହେ । ସଂକ୍ରମିତ ଲୋକର କାଶରୁ ବାୟୁବାହିତ ହୋଇ ଏହି ରୋଗ ବ୍ୟାପେ । ତେବେ ଏହି ରୋଗ କେବଳ ମଣିଷଙ୍କୁ ହୁଏ । କୌଣସି କୀଟ ବା ପୋକଦ୍ୱାରା ଏହା ବ୍ୟାପେନାହିଁ ।