• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବରଙ୍ଗପୁରରେ ପହଞ୍ଚିଲେ ମୋଦି । ବ୍ରହ୍ମପୁରରେ ଭାଷଣ ଦେଇ ସାରିବା ପରେ ନବରଙ୍ଗପୁରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠାରେ ମଧ୍ୟ ପୂର୍ବରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜନସଭାସ୍ଥଳ ଚିକିଲିଠାରେ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି l

ପୋଲିସ ADG ଆର.ପି କୋଚେ, ଦକ୍ଷୀଣ-ପଶ୍ଚିମାଞ୍ଚଳ DIG ଚରଣ ସିଂ ମୀନା ଓ ଜିଲ୍ଲା SP ରୋହିତ ଵର୍ମାଙ୍କ ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। ପୋଲିସ ପକ୍ଷରୁ ସୁରକ୍ଷା ପାଇଁ ୪ଜଣ SP ରାଙ୍କର ଅଧିକାରୀ, ୪ଜଣ ASP, ୧୦ଜଣ ଡିଏସପି, ୨୬ ଇନିସ୍ପେକ୍ଟର,୧୬୦ ଜଣ ସବ ଇନିସ୍ପେକ୍ଟର, ୩ଶହ କନେଷ୍ଟବଲ ଓ ୨୬ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି l

ଅଧିକ ପଢ଼ନ୍ତୁ: ମୋଦି ଗ୍ୟାରେଣ୍ଟି; ‘ଜୁନ ୧୦ରେ ଓଡ଼ିଶାରେ BJPର ମୁଖ୍ୟମନ୍ତ୍ରୀ ଶପଥ ନେବେ, ଆପଣଙ୍କୁ ନିମନ୍ତ୍ରଣ’

ସାଧାରଣ ଲୋକଙ୍କ ପ୍ରବେଶ ପାଇଁ ୨୪ଟି ପ୍ରବେଶ ଦ୍ୱାର କରାଯାଇଥିବା DIG ଚରଣ ସିଂ ମିନା କହିଛନ୍ତି l SPG ଟିମ୍ ମଧ୍ୟ ପହଂଚି ତଦାରଖ କରିଛନ୍ତି । ଜନସଭାସ୍ଥଳ ନିକଟରେ ଜଙ୍ଗଲ ରହିଥିବାରୁ CRPF ଓ SOG ମଧ୍ୟ ମୁତୟନ ରହିଛନ୍ତି l

ତେବେ ଏହା ପୂର୍ବରୁ ଆଜି ବ୍ରହ୍ମପୁରରେ ଭାଷଣ ବେଳେ ମୋଦିଙ୍କୁ ତାଙ୍କ ଚିରାଚରିତ ଷ୍ଟାଇଲ୍‌ରେ ଭାଷଣ ଦେଉଥିବା ଦେଖିବାକୁ ମିଳିଥିଲା । ସିଧାସଳଖ ନବୀନ- ପାଣ୍ଡିଆନ୍‌ଙ୍କ ନାଁ ନେଇ ବି ସେ ରାଜ୍ୟ ସରକାରଙ୍କୁ ଖୁବ୍‌ ସମାଲୋଚନା କରିଛନ୍ତି । ସେ ଏଠାରେ ଅନେକ କଥା ଓଡ଼ିଆରେ ମଧ୍ୟ କହିଛନ୍ତି ।

ଆଉ ସାଧାରଣ ଜନତାଙ୍କୁ ଇଙ୍ଗିତ କରି କହିଛନ୍ତି, ‘ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀ ଭଳି ନୁହେଁ । ମୁଁ ଓଡ଼ିଆରେ ଚିଠି ଲେଖିବି ।’ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ପ୍ରୀତି କଥା ମଧ୍ୟ କହିଛନ୍ତି । ବିଜେଡି ସରକାରଙ୍କ ଓଡ଼ିଆ ଭାଷା ପ୍ରୀତି ବର୍ଣ୍ଣନା କରିବାକୁ ଯାଇ ତେରଚ୍ଛା ବାଣ ମାରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶା ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିପାରୁନି । ବିଜେଡି ସରକାର ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ କରାଉନାହାନ୍ତି । ଲୋକଙ୍କୁ ଚିକିତ୍ସା ମିଳିନପାରିବାର ଦୋଷୀ ଏଠାର ବିଜେଡି ସରକାରର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ, 'ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ପରି ନୁହେଁ ...'