• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ । ନବରଙ୍ଗପୁର ଡଙ୍ଗରଭେଜା ଗାଁର ବ୍ୟବସାୟୀ ସୁନୀଲ ସାହୁଙ୍କ ଘରୁ ଏବଂ ଜଣେ ଶିକ୍ଷୟିତ୍ରୀଙ୍କୁ ଭଡାରେ ଦେଇଥିବା ଘରୁ ଡକାୟତି ହୋଇଥିବା ଅଭିଯୋଗ ହୋଇଛି । ପ୍ରାୟ ୮ଜଣ ମୁଖାପିନ୍ଧା ଦୁର୍ବୁତ୍ତ ଗତରାତିରେ ବ୍ୟବସାୟୀ ସୁନୀଲ ସାହୁଙ୍କ ଘରେ ପଶି ଗଡରେଜ ଭଙ୍ଗାରୁଜା କରିଥିଲେ ।

ପରେ କିଛି ନପାଇବାରୁ ସୁନୀଲଙ୍କ ଘରେ ଭଡାରେ ଥିବା ଶିକ୍ଷୟିତ୍ରୀଙ୍କ ଘରେ ପଶି ବନ୍ଧୁକ ମୁନରେ ଲୁଟପାଟ୍ କରିଥିଲେ । ଶିକ୍ଷୟିତ୍ରୀ, ତାଙ୍କ ସ୍ୱାମୀ ଏବଂ ଛୋଟଛୁଆଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଟଙ୍କା ଏବଂ ପ୍ରାୟ ୮ ଲକ୍ଷ ଟଙ୍କାର ଗହଣା ଲୁଟ କରିଥିବା ଅଭିଯୋଗ ହୋଇଛି । ୮ଜଣ ଡକାୟତଙ୍କ ମଧ୍ୟରୁ ୬ ଜଣଙ୍କ ହାତରେ ଥିଲା ବନ୍ଧୁକ । ୨ ଜଣଙ୍କ ହାତରେ ଥିଲା ଖଣ୍ଡା।

ଅଧିକ ପଢ଼ନ୍ତୁ: ଯାଞ୍ଚ ବେଳେ ଗାଡ଼ିରୁ ଧରାପଡ଼ିଲା ୧୫ କେଜି ସୁନା !

ଡଙ୍ଗରଭେଜା ଫାଣ୍ଡିରେ ଅଭିଯୋଗ ପରେ ନବରଙ୍ଗପୁର ପୋଲିସ ଘଟଣାର ତଦନ୍ତ କରୁଛି । ଅନ୍ୟପଟେ ରାତିରେ ଘର କବାଟ ତାଡି ଲୁଟ୍ । ଘରେ ପଶି କଳାକନା ବୁଲାଇଛନ୍ତି ଲୁଟେରା । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖଲିଙ୍ଗୀ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଲୁଟପାଟ ହୋଇଛି । ଗାଁର ଦୁର୍ଯ୍ୟୋଧନ ବେହେରାଙ୍କ ଘରୁ ଟଙ୍କା, କପଡା ଓ ବିଭିନ୍ନ ସାମଗ୍ରୀ ଧରି ଚମ୍ପଟ ମାରିଛନ୍ତି ଲୁଟେରା ।

ଘରେ ସମସ୍ତେ ଶୋଇଥିବା ବେଳେ କବାଟ ତାଡି ଚୋର ପଶିଥିଲେ । ଆଲମାରୀ ଭାଙ୍ଗି ନଗଦ ୫୦ ହଜାର ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଧରି ଫେରାର୍ ହୋଇଯାଇଛନ୍ତି । ପାଟପୁର ଥାନା ପୋଲିସ ଅଧିକ ତଦନ୍ତ କରୁଛି । ଅନ୍ୟପଟେ ଗତ କିଛିଦିନ ତଳେ ଏକ କୁଖ୍ୟାତ ଡକାୟତି ଗ୍ୟାଙ୍ଗର ୪ ଜଣକୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ଅଭିଯୁକ୍ତଙ୍କଠାରୁ ଏକ କେଜି ସୁନାଗହଣା, ୧ କେଜି ୩୦୦ ଗ୍ରାମ ରୁପା ଅଳଙ୍କାର ଓ ୩ ଲକ୍ଷ ୨୫ ହାଜର ଟଙ୍କା ଜବତ କରିଥିଲା ପୋଲିସ ।

ଅଭିଯୁକ୍ତଙ୍କ ମଧ୍ୟରୁ ଶୁଭ୍ରକାନ୍ତ ବେହେରା ନାମରେ ୩୧ଟି ମାମଲା ଥିବା ବେଳେ ବିଶ୍ୱଜିତ ଦାସ ନାଁରେ ୩୮ ଓ ମଧୁସୂଦନ ମହାନ୍ତି ନାଁରେ ହତ୍ୟା ଅଭିଯୋଗ ସହ ୧୨ ଟି ମାମଲା ବିଭିନ୍ନ ଥାନାରେ ରହିଛି । ଗତ ଦୁଇମାସ ହେଲାଣି ବିଭିନ୍ନ ଜିଲ୍ଲା ପୋଲିସର ନିଦ ହଜାଇ ଦେଇଥିଲା ଏହି ଗ୍ୟାଙ୍ଗ । ରାଜଧାନୀରେ ଏବେ ସବୁଦିନ କୌଣସି ନା କୌଣସି ସ୍ଥାନରୁ ହେଉଛି ଲୁଟ୍‌ । ଆପାର୍ଟମେଣ୍ଟ ହେଉ ଅବା ଘର, ତାଲା ପଡ଼ିଥିବା ଘର ଉପରେ ଏବେ ଲୁଟେରାଙ୍କ ନଜର ।

ଅଧିକ ପଢ଼ନ୍ତୁ: ମଧ୍ୟପ୍ରଦେଶରୁ ଅପହରଣ କଲେ, ମହାରାଷ୍ଟ୍ରରେ ବିକ୍ରି କଲେ...

ଗୋଟିଏ ପରେ ଗୋଟିଏ ଆପାର୍ଟମେଣ୍ଟ ସହ ଘରକୁ ଟାର୍ଗେଟ କରୁଛନ୍ତି ଲୁଟେରା । ପାତ୍ରପଡାଠାରୁ ପାହାଳ, ଧଉଳିରୁ ନନ୍ଦନକାନନ । ସତେ ଯେମିତି ଲୁଟେରାଙ୍କ ଚରାଭୂଇଁ ପାଲଟିଛି ସାରା ରାଜଧାନୀ । ଗତ ୬ ମାସରେ ୧୪ଟି ଆପାର୍ଟମେଣ୍ଟରୁ ପାଖାପାଖି ୩୪ଟି ଫ୍ଲାଟରେ କଳାକନା ବୁଲାଇ ଦେଲେଣି ଲୁଟେରା । କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରି କରୁଛନ୍ତି ।

ବାରମ୍ବାର ଚୋରି ହେଉଛି, କିନ୍ତୁ ନା ଚୋରକୁ ଧରି ପାରୁଛି ପୋଲିସ ନା ଚୋରିରେ ବ୍ରେକ୍ ଲଗାଇ ପାରୁଛି । ଆଉ ତ୍ରାହି ମିଳୁନି ଲୁଟେରାଙ୍କ ଲୁଟତରାଜରୁ...ଆଉ ଶାନ୍ତିରେ ନିଦ ହେଉନି ଆପାର୍ଟମେଣ୍ଟରେ...ଜନଶୂନ୍ୟ ଫ୍ଲାଟରେ ପଶୁଛନ୍ତି ଲୁଟେରା...ସଂଘବଦ୍ଧ ହୋଇ କଳାକନା ବୁଲାଇ ହୋଇ ଯାଉଛନ୍ତି ସୀମାପାର୍ । ଗତ ୫ରୁ ୬ ମାସ ମଧ୍ୟରେ ଭୁବନେଶ୍ୱରର ପ୍ରାୟ ୧୦ଟି ଆପାର୍ଟମେଣ୍ଟର ୨୫ଟି ଫ୍ଲାଟକୁ ଏଭଳି ଟାର୍ଗେଟ କରିସାରିଲେଣି ଲୁଟେରା । ତେବେ କେଉଁଠି ରହୁଛି ଭୁଲ ? ଆପାର୍ଟମେଣ୍ଟରେ ନିଯୁକ୍ତ ଘରୋଇ ସିକ୍ୟୁରିଟି ଗାର୍ଡଙ୍କ ଦାୟିତ୍ୱହୀନତା ନା କମିଶନରେଟ୍ ପୋଲିସର ଢିଲା ଦାୟିତ୍ୱପଣିଆ ?

OTV is now on Whatsapp

Join and get latest news update delivered to you via whatsapp

Join Now