Advertisment

ମରିଗଲା ମାନବିକତା; ପ୍ରେମୀ ଯୁଗଳଙ୍କୁ ଗୋରୁଗାଈ ଭଳି ଛେଚିଦେଇ ଗଲେ

ଛାଡି ଦେବାକୁ ଯେତେ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ। ବରଂ ଗୋରୁଗାଈଙ୍କ ପରି ପିଟି ଚାଲିଥିଲେ। ମଣିଷ ଏତେ ବି ନିଷ୍ଠୁର କେମିତି ହୋଇପାରେ ତାହା ଆଶ୍ଚର୍ଯ୍ୟ କରିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Villagers Attack Lovers In Odisha

Attack

ସୀମା ଟପିଲା ବର୍ବରତା। ଭୁଲିଗଲେ ମଣିଷପଣିଆ। ମୁହଁ, ଆଖି ଦେଖିଲେନି, ଅମଣିଷ ପରି ପିଟି ଚାଲିଲେ। ତେବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ପ୍ରେମ ପାଇଁ ନିସ୍ତୁକ ମାଡ଼ ଖାଇଲେ ପ୍ରେମୀ ଯୁଗଳ। କିଏ ଲାତଗୋଇଠା ମାରିଲା ତ ଆଉ କିଏ ଲାଠି ଆଉ ଠେଙ୍ଗାରେ ମାଡ଼ ମାରିଲା। ଯାହାର ଏକ ଭିଡ଼ିଓ ଏବେ ଭାଇରାଲ ହେଉଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ। ପ୍ରେମୀ ଯୁଗଳଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି ସଂପର୍କୀୟ ଓ ଗ୍ରାମବାସୀ। ଭୁଲ୍‌ ଏତିକି ସେମାନେ ପରସ୍ପରକୁ ପ୍ରେମ କରୁଥିଲେ। ଏହି ପ୍ରେମୀ ଯୁଗଳଙ୍କ ମଧ୍ୟରୁ ଯୁବକ ହେଲେ ଝରିଗାଁ ବ୍ଲକ ଅଞ୍ଚଳର ଏବଂ ତାଙ୍କ ନାବାଳିକା ପ୍ରେମିକା ହେଲେ ଡାବୁଗାଁ ଥାନା ଅଞ୍ଚଳର। ଗତ ସପ୍ତାହେ ହେଲା, ଉଭୟଙ୍କୁ ନାବାଳିକାଙ୍କ ପରିବାର ଲୋକ ଏବଂ ଗ୍ରାମବାସୀ ଧରି ଆଖିରେ ପଟି ବାନ୍ଧିବା ସହ ଏଭଳି ମାଡ଼ ମାରିଥିଲେ।

ଅଧିକ ପଢ଼ନ୍ତୁ: ମରିଗଲା ମାନବିକତା, ହଜିଗଲା ମଣିଷ ପଣିଆ...ଗ୍ରାହକଙ୍କୁ ଗାଡ଼ିରେ ବସାଇ ଠେଲି ଠେଲି ନେଲେ ରାପିଡୋ ଡ୍ରାଇଭର୍‌...

Advertisment

ଛାଡି ଦେବାକୁ ଯେତେ ନେହୁରା ହୋଇଥିଲେ ବି କେହି ଶୁଣିନଥିଲେ। ବରଂ ଗୋରୁଗାଈଙ୍କ ପରି ପିଟି ଚାଲିଥିଲେ। ମଣିଷ ଏତେ ବି ନିଷ୍ଠୁର କେମିତି ହୋଇପାରେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହି ଦୃଶ୍ୟ ବିଚଳିତ କରିବ ନିଶ୍ଚୟ। କିନ୍ତୁ ଆଇନକୁ ହାତ ନେଇ ଏଭଳି କାଣ୍ଡ ଭିଆଇବା ଯେ ଅପରାଧ ସେମାନେ ଭୁଲି ଯାଇଛନ୍ତି। ଏନେଇ ନବରଙ୍ଗପୁର ଏସପି ସୋସିଆଲ୍ ମିଡ଼ିଆ ଜରିଆରେ ବାର୍ତ୍ତା ଦେଇ କହିଛନ୍ତି, ଘଟଣା ସଂପର୍କରେ ଅବଗତ ଅଛନ୍ତି। ପୋଲିସ ପାଖରେ ଏଯାଏଁ କେହି ଅଭିଯୋଗ କରିନଥିଲେ ମଧ୍ୟ ଏହାର ଅନୁଧ୍ୟାନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Couple Viral Video Villagers
Advertisment
Advertisment