/odishatv-khabar/media/post_attachments/uploadimage/library/16_9/16_9_0/modi_1714874370.jpg)
modi
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଉତ୍ସାହିତ ରାଜ୍ୟ ବିଜେପି କ୍ୟାମ୍ପ। ଭୁବନେଶ୍ବରରୁ ନବରଙ୍ଗପୁର ଯାଏଁ ଉତ୍ସାହିତ ବିଜେପି ଶିବିର। ଓଡ଼ିଶାରେ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାରୁ ମୋଦିଙ୍କ ମନ୍ତ୍ର ବିଜେପି କର୍ମୀଙ୍କ ମଧ୍ୟରେ ଜୋସ୍ ଭରିବ।
ଆଜି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭୁବନେଶ୍ବରରେ ରାତ୍ରି ଯାପନ ପରେ ଆସନ୍ତାକାଲି ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଗସ୍ତରେ ଯିବେ। ସେଠାରେ ପ୍ରଧାନମନ୍ତ୍ରୀ ବିଶାଳ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁର ସହର ଉପକଣ୍ଠ କନିଷିରେ ସାଧାରଣ ସଭାକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ। ବ୍ରହ୍ମପୁରରେ ପ୍ରାୟ ଘଣ୍ଟାଏ ରହିବେ ମୋଦି।
ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଜିଲ୍ଲା ପ୍ରଶାସନ ଓ ପୋଲିସ୍ ସହ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମୁତୟନ ଥିବା SPG ଗ୍ରୁପ୍ ଆଲୋଚନା କରିଛନ୍ତି।ଅନ୍ୟପଟେ ଏହି ଗସ୍ତର ମାତ୍ର ୩ ଦିନ ପରେ ପୁଣି ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ବେଳେ ପିଏମ୍ ଭୁବନେଶ୍ବରରେ ବିଶାଳ ରୋଡ୍ ସୋ କରିବା ସହ ୧୧ ତାରିଖରେ ବଲାଙ୍ଗିର ଯାଇ ସେଠି ମଧ୍ୟ ବିଶାଳ ଜନସଭାକୁ ସମ୍ବୋଧିତ କରିବେ।
ଆଜି ଆସିବ ବିଜେପିର ନିର୍ବାଚନୀ ଇସ୍ତାହାର। ଏଥିପାଇଁ ଭୁବନେଶ୍ବର ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ଆଜି ଅପରାହ୍ନ ୩ଟା ବେଳେ ଭୁବନେଶ୍ବରରେ ପହଞ୍ଚିବେ ନଡ୍ଡା। ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବା ସହିତ ଭୁବନେଶ୍ବରରେ କର୍ମକର୍ତ୍ତାଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବେ। ଏହାପରେ କଟକ ଯାଇ ଦଳୀୟ ନେତା ଓ କର୍ମୀଙ୍କୁ ନଡ୍ଡା ଭେଟିବାର କାର୍ଯ୍ୟକ୍ରମ ରହିଛି। ବିଜେପି କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ, ସେନେଇ ବାର୍ତ୍ତା ଦେବେ ଜେ.ପି ନଡ୍ଡା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)