Advertisment

ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଉପରେ ପରିବା ମାଡ; ଚିନ୍ତାରେ ଶିକ୍ଷକ...

ବଜାରରେ କୌଣସି ପରିବା ଦର ୬୦ ଟଙ୍କା ତଳକୁ ନଥିବା ବେଳେ ଟମାଟୋ ସେନଚୁରି ମାରିଛି । ଯେଉଁଥିପାଇଁ ମଧ୍ୟାହ୍ନ ଭୋଜନରୁ ବିଲାତି ଏକ ପ୍ରକାର ଗାଏବ ହୋଇଯାଇଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Mid Day Meals of School Students

Mid-Day Meals of School Students

ବଜାରରେ ପନିପରିବା ଆକାଶ ଛୁଆଁ । ଯାହାର ସିଧାସଳଖ ପ୍ରଭାବ ପଡିଛି ପିଲାଙ୍କ ଉପରେ । ବଜାରରେ କୌଣସି ପରିବା ଦର ୬୦ ଟଙ୍କା ତଳକୁ ନଥିବା ବେଳେ ଟମାଟୋ ସେନଚୁରି ମାରିଛି । ଯେଉଁଥିପାଇଁ ମଧ୍ୟାହ୍ନ ଭୋଜନରୁ ବିଲାତି ଏକ ପ୍ରକାର ଗାଏବ ହୋଇଯାଇଛି। ସ୍କୁଲ କତ୍ତୃପକ୍ଷ କହିଛନ୍ତି, ହାତରୁ ଦେଇ ଏବେ ମଧ୍ୟାହ୍ନ ଭୋଜନ ଚଳାଇବାକୁ ପଡୁଛି।

Advertisment

ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଉପରେ ପରିବା ମାଡ। ବଜାରରେ ପରିବା ଦର ଆକାଶଛୁଆଁ ଯୋଗୁ ଏହାର ସିଧାସଳଖ ପ୍ରଭାବ ପଡିଛି ମଧ୍ୟାହ୍ନ ଭୋଜନ ଉପରେ। ବଜାରରେ ଆଳୁ ଦର ୩୫ ଟଙ୍କା, ପିଆଜ ୪୫, ବାଇଗଣ ୬୦, ଟମାଟୋ ଶହେ ଟଙ୍କା ହୋଇଥିବାରୁ କେମିତି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେବ ତାକୁ ନେଇ ଚିନ୍ତାରେ ଶିକ୍ଷକ ଶିକ୍ଷୟିତ୍ରୀ। ତେଣୁ ପନିପରିବା ବଦଳରେ କେତେକେ ସ୍କୁଲରେ କେବଳ ଆଳୁ ଓ କଖାରୁ ପକାଇ ଡାଲମା କରି ପିଲାଙ୍କୁ ଦେଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ। ଡାଲମା ହେଉ କି ସୋୟାବିନ୍ ତରକାରୀ ଏସବୁଥିରେ ନାମକୁ କେତୋଟି ଟମାଟୋ ପକାଇ ତରକାରୀ ପ୍ରସ୍ତୁତ ହୋଇଯାଉଛି। ବଜାରରେ ଅଣ୍ଡା ଗୋଟିଏର ମୂଲ୍ୟ ୭ଟଙ୍କା ହୋଇଥିବା ବେଳେ ସରକାର କିନ୍ତୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ପ୍ରତି ମିଲ୍ ପିଛା ଦେଉଛନ୍ତି ମାତ୍ର ପାଞ୍ଚ ଟଙ୍କା ୯୦ ପଇସା। ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଦେଉଛନ୍ତି ମାତ୍ର ୮ ଟଙ୍କା ୮୨ ପଇସା । ସେଥିରେ କେମିତି ବା ହେବ ମଧ୍ୟାହ୍ନ ଭୋଜନ। ତାକୁ ନେଇ ଚିନ୍ତିତ ସ୍କୁଲ କର୍ତ୍ତୃପକ୍ଷ। କିଛି ସ୍କୁଲ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ହାତରୁ ଟଙ୍କାଦେଇ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ପଡୁଛି।

ଅଧିକ ପଢ଼ନ୍ତୁ: ଗୁରୁକୁଳ ଗୁରୁଜୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ; ଅଭିଯୁକ୍ତ ଅଟକ...

Advertisment

ନିକଟରେ କେନ୍ଦ୍ର ସରକାର ସ୍କୁଲ ପିଲାଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ ସହ ଏହାକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବଜାରରେ ପନିପରିବା ଦର ହୁ ହୁ ହୋଇ ବଢୁଥିବା ବେଳେ ମଧ୍ୟାହ୍ନ ଭୋଜନକୁ ନେଇ ଚିନ୍ତା ବଢିଛି । ସେପଟେ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି. ମଝିରେ ମଝିରେ ବଜାରରେ ପନି ପରିବା ଦର ବଢେ । ସେଥିରେ ଆଡଜଷ୍ଟ କରି ମଧ୍ୟାହ୍ନ ଭୋଜନ ଚଳାଇବାକୁ ପଡେ । ଏପର୍ଯ୍ୟନ୍ତ ସେମିତି ଅଭିଯୋଗ କୌଣସି ଜାଗାରୁ ଆସିନି । 

କିଛି ଦିନ ତଳେ କେବଳ ଆଳୁ ପିଆଜକୁ ଛାଡିଦେଲେ ପନିପରିବା ଉପରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନଥିବା କହିଥିଲେ ଯୋଗାଣମନ୍ତ୍ରୀ । ବଜାରରେ ପନିପରିବା ଦର ଚଢା ଯୋଗୁ କେମିତି ହେବ ମଧ୍ୟାହ୍ନ ଭୋଜନ ତାକୁ ନେଇ ଚିନ୍ତା ବଢିଛି। 

Schools Vegetable Price Hike
Advertisment
Advertisment