• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି, ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ ସେମାନଙ୍କ ସନ୍ତାନଙ୍କ କ୍ଷେତ୍ରରେ ମଧ୍ୟ ଜନ୍ମରୁ ଏହି ଭାଇରସ ଦେଖା ଦେଇଥାଏ । ତେଣୁ ଗର୍ଭବତୀ ମହିଳାଙ୍କ ଶରୀରରେ ରାସେସ ଏବଂ ଜ୍ୱର ଆସିଲେ ତୁରନ୍ତ ଟେଷ୍ଟିଂ କରାନ୍ତୁ ।

ନବରଙ୍ଗପୁରର ଦୁଇଟି ବ୍ଲକରେ ୧୮ ରୋଗୀଙ୍କ ଦେହରେ ଜ୍ୱର ଓ ରାସେସ ଲକ୍ଷଣ ଥିଲା । ଏହି ରୋଗୀ ମାନେ ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର । ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି, ଭୟଭୀତ କି ଆତଙ୍କିତ ହୁଅନ୍ତୁ ନାହିଁ ।

ଅଧିକ ପଢ଼ନ୍ତୁ: କରୋନା ଟିକା ନେଇଥିଲେ ହୋଇଯାଆନ୍ତୁ ସାବଧାନ, କୋଭିସିଲ୍ଡରେ ରହିଛି ଗୁରୁତର ପାର୍ଶ୍ୱପ୍ରତିକ୍ରିୟା !

ଆମର ଆରଆରଟି ଟିମ୍ ସରଭେଲାନ୍ସ କରୁଛି । ଇମ୍ୟୁନାଇଜେସନକୁ ଗୁରୁତ୍ୱ ଦେଉଛୁ । ବିଶେଷ କରି ବର୍ତ୍ତମାନ ୧ ବର୍ଷ, ୬ ବର୍ଷ ଏବଂ ୮ ବର୍ଷ ପିଲାଙ୍କ ଭିତରେ ଏହି ଭାଇରସ ବଢ଼ୁଥିବା ଦେଖାଯାଉଛି । ସେମାନଙ୍କୁ ବେଶୀ ଗୁରୁତ୍ୱ ଦିଆଯାଉଛି । ନୂଆ ମାମଲା ଆସି ନାହିଁ ।

ଏଯାଏଁ ମୋଟ୍ ୧୮ ନମୂନାରୁ ୨ ରୁବେଲା ପଜିଟିଭ ଓ ଜଣେ ମିଳିମିଳା ପଜିଟିଭ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ । ସୂଚନାଯୋଗ୍ୟ, ସମୁଦାୟ ୫ ଜଣ ରୋଗୀଙ୍କଠାରୁ ସାମ୍ପଲ ନିଆଯାଇଥିବା ବେଳେ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l ଏହା ଏକ ଭୁତାଣୁ ଜନିତ ରୋଗ ହୋଇଥିବାରୁ ବାୟୁ ମଣ୍ଡଳରେ ବ୍ୟାପିଥାଏ l ଗର୍ଭବତୀ ହେବାର ପ୍ରଥମ ୩ ମାସ ଭିତରେ ଯଦି ମାଆକୁ ଏହି ରୋଗ ହୁଏ ତେବେ ଗର୍ଭସ୍ତ ଶିଶକୁ ସଂକ୍ରମଣ ହୋଇଥାଏ ।

ଜନ୍ମ ସମୟରେ ହୃଦ ରୋଗ, ବାକଶକ୍ତି ହରାଇବା, ଶ୍ରାବଣ ଶକ୍ତି ହରାଇବା, ଦୃଷ୍ଟି ଶକ୍ତି ହରାଇବା ସହ ଗର୍ଭପାତ ବି ହେବା ସମ୍ଭାବନା ଥାଏ l ଗତକାଲି ରୁବେଲାର ସ୍ଥିତି ଯାଞ୍ଚ ପାଇଁ WHO ଟିମ ଓ ଜିଲ୍ଲା ସ୍ୱାସ୍ଥ୍ୟ ଟିମ ପଡାଲଗୁଡା ଗ୍ରାମକୁ ଯାଇଥିଲେ । ଅନେକ ସନ୍ଦିଗ୍ଧଙ୍କ ସାମ୍ପୁଲ ନିଆଯାଇଛି l ସଂକ୍ରମଣ ହୋଇଥିବା ଦୁଇ ରୋଗୀଙ୍କୁ ସଙ୍ଗରୋଧରେ ରଖାଯାଇଛି l

ରୁବେଲା ରୋଗ କ’ଣ?

ରୁବେଲା ରୋଗ ଭୁତାଣୁ ଦ୍ୱାରା ବ୍ୟାପିଥାଏ । ଏହି ରୋଗ ଅତି ସାମାନ୍ୟ ଧରଣର ହୁଏ ଓ ଅଧା ଲୋକ ନିଜେ ଅସୁସ୍ଥ ଥିବା ଅନୁଭବ କରିପାରନ୍ତି ନାହିଁ । ପ୍ରଥମେ ମୁହଁରେ ଆରମ୍ଭ ହୋଇଥାଏ ସାରା ଦେହକୁ ବ୍ୟାପିଯାଏ । ଲସିକା ଗ୍ରନ୍ଥି ସାଧାରଣତଃ ଫୁଲିଯାଏ ଓ କିଛି ସପ୍ତାହ ରହେ । ସଂକ୍ରମିତ ଲୋକର କାଶରୁ ବାୟୁବାହିତ ହୋଇ ଏହି ରୋଗ ବ୍ୟାପେ । ତେବେ ଏହି ରୋଗ କେବଳ ମଣିଷଙ୍କୁ ହୁଏ । କୌଣସି କୀଟ ବା ପୋକଦ୍ୱାରା ଏହା ବ୍ୟାପେନାହିଁ ।