Advertisment

ଭାଇ ସହ ଯାଉଥିଲେ, ଉଠାଇ ନେଇ ଗଣଦୁଷ୍କର୍ମ ! ଡାକ୍ତରୀ ମାଇନା ପାଇଁ ବାରଦ୍ୱାର ହେଲେ ପୀଡ଼ିତା...

ସମ୍ପର୍କୀୟ ଭାଇଙ୍କ ସହ ଯାଉଥିବା ବେଳେ ମହିଳାଙ୍କୁ ଉଠାଇ ନେଇ ୩ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman Allegedly Gang Raped In Keonjhar

Woman Allegedly Gang Raped In Keonjhar

ସମ୍ପର୍କୀୟ ଭାଇଙ୍କ ସହ ଯାଉଥିବା ବେଳେ ମହିଳାଙ୍କୁ ଉଠାଇ ନେଇ ୩ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ଏନେଇ ସୋସୋ ଥାନାରେ ଅଭିଯୋଗ ହୋଇଛି। ତେବେ ଦୁଃଖର କଥା, ଡାକ୍ତରୀ ମାଇନା ପାଇଁ ଅଭିଯୋଗକାରିଣୀଙ୍କୁ ଏ ମେଡ଼ିକାଲ୍‌ରୁ ସେ ମେଡ଼ିକାଲ୍‌କୁ ବୁଲିବାକୁ ପଡ଼ିଥିଲା।

Advertisment

ପ୍ରଥମେ ଦିନ ୧୧ଟା ବେଳେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଡାକ୍ତରୀ ମାଇନା ପାଇଁ ୪୦ କିଲୋମିଟର ଅଣାଯାଇଥିଲା। ଏହି ମାମଲା ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲ୍ ଅଧିନରେ ଆସୁନଥିବାରୁ ଶାଳଣିଆ ମେଡ଼ିକାଲ୍‌କୁ ଯିବାକୁ କୁହାଯାଇଥିଲା। ସେଠାରୁ ପୋଲିସ୍‌ ଶାଳଣିଆ ମେଡ଼ିକାଲ୍‌କୁ ଆସିଥିଲେ ବି ମେଡ଼ିକାଲ୍ ଅଫିସର ନଥିବାରୁ ଡାକ୍ତରୀ ମାଇନା ହୋଇପାରିନଥିଲା।

ଅଧିକ ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା ! ଦୁଇ ନାବାଳିକାଙ୍କୁ ଦଉଡ଼ିରେ ବାନ୍ଧି ଗଣଦୁଷ୍କର୍ମ

Advertisment

ଏହାପରେ ପୁଣି ଥରେ ଅଭିଯୋଗକାରିଣୀଙ୍କୁ ଆନନ୍ଦପୁର ଚିକିତ୍ସାଳୟକୁ ଅଣାଯାଇଥିଲା ଏବଂ ରାତି ପ୍ରାୟ ୯ଟାରେ ଡାକ୍ତରୀ ମାଇନା କରି ଅଭିଯୋଗକାରିଣୀଙ୍କୁ ଧରି ସୋସୋ ପୋଲିସ ଫେରିଥିଲା। ତେବେ ଏଭଳି ଅବ୍ୟବସ୍ଥା ନେଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ କିମ୍ବା ଶାଳଣିଆ ମେଡ଼ିକାଲ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Rape Case Gang Rape
Advertisment
Advertisment