/odishatv-khabar/media/post_attachments/uploadimage/library/16_9/16_9_0/____1674009221.jpg)
Rainfall Likely In 7 Districts Of Odisha
ରାଜ୍ୟରେ ଶୀତର ପ୍ରକୋପ କମିଛି। ପୂର୍ବ ତୁଳନାରେ ଶୀତର ପ୍ରକୋପ ସାମାନ୍ୟ କମ୍ ରହିଛି। ଉତ୍ତର ଓଡ଼ିଶା ର କିଛି ଜିଲ୍ଲାରେ ପ୍ରବଳ କୁହୁଡି ସହ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି। ତେବେ ରାଜ୍ୟରେ କିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ଏହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିବା ସମ୍ଭାବନା ରହିଛି।
ସେହିପରି କିଛି ସ୍ଥାନରେ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି। ଗଜପତି, ଗଂଜାମ , କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ ଓ କଟକ ରେ ଘନ କୁହୁଡ଼ି ହୋଇପାରେ। ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ହାଲୁକାରୁ ସାମାନ୍ୟ କୁହୁଡ଼ି ହେବା ସମ୍ଭାବନା ରହିଛି। ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ଏତେଟା ପରିବର୍ତ୍ତନ ଆସି ନପାରେ। ଏନେଇ ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।w
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)