• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାନ ଫଟେଇବା ଭଳି ଭୟଙ୍କର ଶବ୍ଦ । ଲୋକଙ୍କ ଛାତି ଥରି ଉଠିଥିଲା । ରାଜ୍ୟର ଚାରି ଜିଲ୍ଲାର ଲୋକ ଶଦ୍ଦ ଶୁଣି ଭୟଭୀତ ହୋଇ ପଡ଼ିଛନ୍ତି । ପ୍ରଚଣ୍ଡ ଶବ୍ଦରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲା ଥରି ଉଠିଛି । ଏତେ ଜୋରରେ ଶବ୍ଦ ହେଲା ଯେ ଘରର କାଚ ମଧ୍ୟ ସବୁ ଧଡ଼ଧଡ଼ ହୋଇ ଥରି ଉଠିଛି । 

ଭଦ୍ରକ ସହର ଧାମନଗର, ବାସୁଦେବପୁରରେ ଏହି ପ୍ରଚଣ୍ଡ ଶବ୍ଦ ଶୁଭିଛି । ଆଜି ୧୧.୩୨ମିନିଟରେ ଏହି ଶବ୍ଦ ଶୁଣିବାକୁ ମିଳିଥିବା କୁହାଯାଉଛି । କିଛି ସେକେଣ୍ଡ ପାଇଁ ଏହି ଶବ୍ଦ ଶୁଣାଯାଇଥିଲା । ସେହିଭଳି ବାଲେଶ୍ୱର ସହରର ଆଖପାଖ ଅଞ୍ଚଳରେ ମଧ୍ୟ ଏହି ପ୍ରଚଣ୍ଡ ଶବ୍ଦ ଶୁଭିଛି ।

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଓ କୋଇଡ଼ା ଓ କେନ୍ଦୁଝରର କିଛି ଅଞ୍ଚଳରେ ମଧ୍ୟ ପ୍ରଚଣ୍ଡ ଶବ୍ଦ ଶୁଭିଲା । ପ୍ରଚଣ୍ଡ ଶବ୍ଦ ଶୁଣି ଭୟରେ ଲୋକ ଘର ବାହାରକୁ ପଳାଇ ଆସିଥିଲେ ।  ତେବେ ଏହି ଶବ୍ଦ ହେବାର କାରଣ ଜଣାପଡ଼ି ନାହିଁ ।

ସୁଚନାଯୋଗ୍ୟ ଗତ ମାସ ୨୭ ତାରିଖରେ ମଧ୍ୟ ବାରିପଦା ଓ ବାଲେଶ୍ୱରରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ଆକାଶରେ କିଛି କ୍ଷଣ ପାଇଁ ପ୍ରଚଣ୍ଡ ଶବ୍ଦ ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଫଳରେ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ ।