/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678507785.jpg)
Girl Student Dies After Falling From Roof
୩୫ ଫୁଟ ଉଚ୍ଚ ଛାତରୁ ଖସିପଡ଼ି ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ ପ୍ରାଣ ହରାଇଛନ୍ତି । ବଡ଼ବିଲ ୪ ନଂ ୱାର୍ଡ଼ ଶ୍ରୀରାମ ନଗର ଅଞ୍ଚଳରେ ଏହି ଅଘଟଣ ଘଟିଛି। ମୃତ ଛାତ୍ରୀ ହେଲେ ଏକ ଘରୋଇ ଖଣି କମ୍ପାନୀର ଅଧିକାରୀ ସବଲ ଝା’ଙ୍କ ବଡ଼ ଝିଅ ରୁଚି ଝା। ସଙ୍କଟାପନ୍ନ ଅବସ୍ଥାରେ ରୁଚିଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ବଡ଼ବିଲ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରାୟ ବର୍ଷେ ହେବ ପରିବାର ସହ ଶ୍ରୀରାମ ନଗର ଅଞ୍ଚଳର ସଞ୍ଜୀବ କୁମାର ମିଶ୍ରଙ୍କ ଉପର ମହଲାରେ ଘର ଭଡ଼ାରେ ରହି ଆସୁଥିଲେ ସବଲ ଝା। ଗତକାଲି ରୁଚି ଛାତ ଉପରେ ଥିଲେ। ହେଲେ ହଠାତ୍ ତଳକୁ ଖସି ପଡ଼ି ତାଙ୍କର ମୃତ୍ୟୁ ହୋଇଛି। କିପରି ସେ ଛାତରୁ ତଳକୁ ଖସି ପଡ଼ିଲେ ତାହା ଅସ୍ପଷ୍ଟ ରହିଛି।
ତଳ ମହଲାରେ ରହୁଥିବା ଘର ମାଲିକଙ୍କ କହିବା କଥା, ହଠାତ୍ ସେ ଏକ ଶବ୍ଦ ଶୁଣି ଘର ବାହାରକୁ ଆସି ଦେଖିବା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରୁଚି ପଡ଼ିଥିଲେ। ବଡ଼ବିଲ ପୋଲିସ୍ ଘଟଣାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)