Advertisment

ମା’ ହେଲେ ୯ମ ଶ୍ରେଣୀ ଛାତ୍ରୀ

ମା’ ହେଲେ ୯ମ ଶ୍ରେଣୀ ଛାତ୍ରୀ। ୧୫ ବର୍ଷୀୟା ନାବାଳିକା ଜଣକ କିପରି ଗର୍ଭବତୀ ହେଲେ ? ଏହା ପଛରେ କିଏ ଦାୟୀ ? ଏନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Minor student gives birth to girl in Keonjhar

Minor student gives birth to girl in Keonjhar

ମା’ ହେଲେ ୯ମ ଶ୍ରେଣୀ ଛାତ୍ରୀ। କେନ୍ଦୁଝର ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ସଦର ଥାନା ଅଞ୍ଚଳରେ ଥିବା ଏକ ଆଶ୍ରମ ସ୍କୁଲ୍‌ର ଜଣେ ଛାତ୍ରୀ କନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ୧୫ ବର୍ଷୀୟା ନାବାଳିକା ଜଣକ କିପରି ଗର୍ଭବତୀ ହେଲେ ? ଏହା ପଛରେ କିଏ ଦାୟୀ ? ଏନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଛି।  ଆଶ୍ରମ ସ୍କୁଲ୍‌ଟି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର।

Advertisment

ସୂଚନା ଅନୁସାରେ, ଗତ ଜାନୁଆରୀ ୧୨ ତାରିଖରେ ସମ୍ପୃକ୍ତ ଛାତ୍ରୀ ମକର ଛୁଟିରେ ସ୍କୁଲ୍‌ରୁ ଘରକୁ ଆସିଥିଲେ। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗତ ୨୫ ତାରିଖ ଦିନ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଆଡମିଶନ ହେବା ପରେ ଛାତ୍ରୀ ଜଣକ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ଏନେଇ ଛାତ୍ରୀଙ୍କ ମା’ଙ୍କ ଏତଲା କ୍ରମେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି।

ଏଠାରେ ପ୍ରଶ୍ନ ଉଠୁଛି, ଛାତ୍ରୀ ଜଣଙ୍କ ଗର୍ଭବତୀ ଥିବା କଥା ସ୍କୁଲ୍‌ କର୍ତ୍ତୃପକ୍ଷ କିପରି ଜାଣିପାରିଲେ ନାହିଁ। ସେନେଇ ପ୍ରଶ୍ନ ଉଠିଛି। ସେପଟେ  ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ବଦଳି ହୋଇଥିବା ବେଳେ,  ନୂତନ ଅଧିକାରୀ କାମରେ ଯୋଗ ଦେଇ ନାହାନ୍ତି।  ତେଣୁ ଅନ୍ୟ କେହି ମୁହଁ ଖୋଲିବାକୁ ରାଜି ହେଉ ନାହାନ୍ତି।

Advertisment
Advertisment
Advertisment