Advertisment

୨ ଶହ ପରିବାରକୁ ଗୋଟିଏ ନଳକୂଅ...ପାଣି ପାଇଁ ଅଧ ରାତିରୁ ଟିକେଟ୍‌ !

ଭୟଙ୍କର ସ୍ଥିତି ! ପିଇବା ପାଣି ଲାଗି ଅଧ ରାତିରୁ ହେଉଛି ଟିକେଟ୍‌ । ୨୦୦ ପରିବାରକୁ ଅଛି ମାତ୍ର ଗୋଟିଏ ଟ୍ୟୁବୱେଲ । ବିଡିଓ କହୁଛନ୍ତି, ସମସ୍ୟାର ସମାଧାନ ହେବ ଖୁବଶୀଘ୍ର।

author-image
Sarbeswar
ଅଦ୍ୟତନ ହୋଇଛି
water problem

water problem

ଲାଇନ୍‌ରେ ଛିଡା ହୋଇଛନ୍ତି ଶହଶହ ମହିଳା । ପ୍ରବଳ ଗୁଳୁଗୁଳି...ଅସହ୍ୟ ତାତି...ହେଲେ ଏହାକୁ ଖାତିର ନକରି ଗାଁ ନଳକୂଅ ପାଖରେ ଲାଇନ୍‌ରେ ଛିଡା ହୋଇଛନ୍ତି ଲୋକେ । କାରଣ ଗାଁରେ ଥିବା ଗୋଟିଏ ଟ୍ୟୁବୱେଲକୁ ଛାଡିଲେ ଆଉ କିଛି ନାହିଁ । ପାଣି ପିଇବ ଯଦି ସେଇଠି ଲାଇନ୍‌ କରିବାକୁ ବାଧ୍ୟ । ଏମିତି ଦୃଶ୍ୟ ଦେଖିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି ସରକାରଙ୍କ ବସୁଧା ଯୋଜନା ଗଲା କୁଆଡ଼େ?

Advertisment

ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଜଳକଷ୍ଟ..ଜନଜୀବନ ଅସ୍ତବ୍ୟସ୍ତ । ପାଣି ଟୋପାଏ ପାଇଁ ଏମିତି ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଲୋକେ । ସକାଳ ହେବା ମାତ୍ରେ ନଳକୂଅ ସାମ୍ନାରେ ଲାଗୁଛି ଲମ୍ବା ଲାଇନ । କେନ୍ଦ୍ରାପଡା ଆଳି ବ୍ଲକ ଅନ୍ତର୍ଗତ ପେତପଡ଼ା ପଞ୍ଚାୟତରେ ପାଣି ସମସ୍ୟା ଉତ୍କଟ । ପଂଚାୟତର ୬ ନମ୍ବର ଓ ୭ ନମ୍ବର ୱାର୍ଡରେ ରହିଛି ମାତ୍ର ୩ଟି ନଳକୂଅ । ଆଉ ସେହି ତିନୋଟି ନଳକୂଅ ଉପରେ ୨୦୦ ପରିବାର ନିର୍ଭରଶୀଳ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ କି, ତିନୋଟି ନଳକୂଅ ମଧ୍ୟରୁ ଦୁଇଟି  ଇତି ମଧ୍ୟରେ ଅଚଳ ହେଲାଣି ।

ବର୍ତ୍ତମାନ ଗୋଟିଏ ଟ୍ୟୁବୱେଲ ଉପରେ ୨୦୦ରୁ ଅଧିକ ପରିବାର ନିର୍ଭରଶୀଳ । ଥରେ ଚିନ୍ତା କରନ୍ତୁ ଯଦି ଗୋଟିଏ ଟ୍ୟୁବୱେଲ ଉପରେ ଏତେ ମାତ୍ରାରେ ଲୋକେ ନିର୍ଭର କରିବେ ତେବେ ପାଣି ନେବାକୁ କେତେ ସମୟ ଲାଗୁଥିବ? ପାଣି ସମସ୍ୟା ଉତ୍କଟ ହେବାରୁ ଏନେଇ ସରପଂଚଙ୍କଠାରୁ ଆରମ୍ଭ କରି ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଯିବା ପରେ ବି ଫଳ ଶୂନ୍‌ । ଯାହାକୁ ନେଇ ତେଜିବାର ଲାଗିଲାଣି ଅସନ୍ତୋଷ । ସେପଟେ ପୂରା ଘଟଣା ସମ୍ପର୍କରେ ବିଡିଓ ଅବଗତ ହେବା ପରେ କହିଛନ୍ତି ଖୁବଶୀଘ୍ର ସମସ୍ୟାର ହେବ ସମାଧାନ ।

Advertisment

ଖରାଦିନେ କେମିତି ଜଳକଷ୍ଟର ଶିକାର ନହେବେ ଲୋକେ, ସେଇଥି ଲାଗି ମାଳମାଳ ଯୋଜନା କରୁଛନ୍ତି ରାଜ୍ୟ ସରକାର । ହେଲେ ପ୍ରକୃତରେ ଯୋଜନାର ବାସ୍ତବତା କେତେ ତାହା ଆଳି ଘଟଣାରୁ ସ୍ପଷ୍ଟ ।

Water Problem
Advertisment
Advertisment