/odishatv-khabar/media/post_attachments/uploadimage/library/16_9/16_9_0/Egg_Hurled_1687347699.jpg)
Egg Hurled
ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, ବିଦ୍ୟୁତ ଦର ବୃଦ୍ଧି, ଶକ୍ତି ମନ୍ତ୍ରୀଙ୍କ ଦାଇତ୍ୱହୀନ ମନ୍ତବ୍ୟ ନେଇ ତାତିଲା କଂଗ୍ରେସ । କେନ୍ଦ୍ରାପଡା ଜିଲ୍ଲା ଆଳି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି କଂଗ୍ରେସ କର୍ମୀ। ବିଦ୍ୟୁତ ବିଭ୍ରାଟକୁ ନେଇ ଆଳି ବ୍ଲକ କଂଗ୍ରେସ ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା।
Advertisment
ଶତାଧିକ କଂଗ୍ରେସ କର୍ମୀ ଆଳି ନୂଆବଜାରରୁ ଶୋଭାଯାତ୍ରାରେ ଆସି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ଗେଟରେ ତାଲା ପଡ଼ିଥିବାରୁ କଂଗ୍ରେସ କର୍ମୀମାନେ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିବା ସହ ଅଫିସ ଭିତରକୁ ଟମାଟ ଓ ଅଣ୍ଡା ମାଡ଼ କରିଥିଲେ।
ଅନ୍ୟପଟେ ରାଜ୍ୟରେ ବିଦ୍ୟୁତ୍ ବିଭ୍ରାଟ ପ୍ରସଙ୍ଗରେ ଆସନ୍ତା ୨୭ ତାରିଖରେ ସବୁ ଜିଲ୍ଲାରେ ବିଦ୍ୟୁତ୍ ଅଫିସ୍ ଘେରିବ କଂଗ୍ରେସ। ଯେପର୍ଯ୍ୟନ୍ତ ଲୋକଙ୍କୁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍ ନମିଳିଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି। ;
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)