/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682937968.jpg)
Aul Bridge Problem
୪୦ ବର୍ଷର ସ୍ୱପ୍ନ ପୂରଣ ହେଲା, ଚାଷୀଙ୍କ ମୁହଁରେ ହସ ଫୁଟିଲା । ହୁଳହୁଳି ପଡ଼ିଲା,କଳସ ବସାଇ ବ୍ରାହ୍ମଣ ପୂଜା କଲେ । ଶେଷରେ ଚାଷୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ। ଗୋଟିଏ ପଟେ ବାଉଁଶ ପୋଲରେ ଲୋକମାନେ ଅତି ବିପଦସଙ୍କୁଳ ଅବସ୍ଥାରେ ଯାତ୍ରା କରୁଛନ୍ତି, ଅନ୍ୟପଟେ ଦାବି ପରେ ବି କିଛି କଲାନି ପ୍ରଶାସନ । ତେଣୁ ବାଧ୍ୟ ହୋଇ ବାଉଁଶ ବଙ୍କିଗଲାଣି ପଛେ ହେଲେ ବି ଲୋକେ ତାହା ଉପରେ ଯାଆସ କରୁଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ୪୦ ବର୍ଷର ସ୍ୱପ୍ନ ପୂରଣ ହେବାକୁ ଯାଉଥିବାରୁ ବେଶ୍ ଖୁସି ଅଛନ୍ତି ସ୍ଥାନୀୟ ଲୋକେ ।
କେନ୍ଦ୍ରାପଡା ରାଜକନିକା ବ୍ଲକ ପେଗରପଡ଼ା ଓ ଓଳାଭର ପଂଚାୟତରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ପୋଲଟିଏ ନିର୍ମାଣ କରିବାକୁ ଦୀର୍ଘଦିନ ହେବ ଦାବି କରୁଥିଲେ ଲୋକେ । ହେଲେ ପ୍ରଶାସନ ସେମାନଙ୍କ କଥାକୁ କର୍ଣ୍ଣପାତ କରୁନଥିଲା । ସେଇଥି ଲାଗି ତ ଏକାଠି ହୋଇ ପୋଲ ନିର୍ମାଣ କରିବାକୁ ଅଂଟା ଭିଡିଲେ ଗାଁ ଲୋକେ । ଖାଲି ଏକାଠି ହେଲେ ତାହା ନୁହେଁ ପୋଲ ନିର୍ମାଣର ଶୁଭ ବି ଦେଲେ ।
ପଂଚାୟତର ବଳିଭଣ୍ଡା ଠାରେ ଥିବା ଚଢ଼େଇଖିଆ ନାଳ ଉପରେ ଥିବା ବାଉଁଶ ପୋଲ ଉପରେ ଚାଷୀମାନେ ବିପଦପୂର୍ଣ୍ଣ ଭାବେ ଯାଆସ କରୁଥିଲେ । ଏମିତିକି ଏହି ନାଳରୁ ଖସିପଡ଼ି ଦୁଇଜଣ ଚାଷୀଙ୍କ ମୃତ୍ୟୁ ହେବା ପରେ ବାଉଁଶ ପୋଲ ଦେଇ ଆରପଟ ଜମିକୁ ଯିବାକୁ ରାଜି ହେଉନଥିଲେ ଚାଷୀ । ତେଣୁ ନାଳ ଉପରେ ପୋଲ ନିର୍ମାଣ କରିବାକୁ ଦାବି କରିଥିଲେ ଚାଷୀ । ହେଲେ ସେମାନଙ୍କ କଥାକୁ ପ୍ରଶାସନ ଶୁଣିନଥିଲା । ଏହାକୁ ନେଇ ଅସନ୍ତୋଷ ତେଜିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲେ ଲୋକେ । ବାସ୍ ଆନ୍ଦୋଳନର ଚେତାବନୀ ପରେ ପ୍ରଶାସନ ୧୨ ଲକ୍ଷ ଟଙ୍କା ମଞ୍ଜୁର କଲା । ଟଙ୍କା ମଂଜୁର ହେବା ପରେ ଏବେ ନାଳ ପାଇଁ ଏମିତି ଢଙ୍ଗରେ ପୂଜାର୍ଚ୍ଚନା କଲେ ଚାଷୀ । ତେବେ ୪୦ ବର୍ଷ ପରେ ଚାଷୀଙ୍କ ସ୍ୱପ୍ନ ପୂରଣ ହେଉଥିବାରୁ ସ୍ଥାନୀୟ ଅଂଚଳରେ ଖୁସିର ଲହରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)