Advertisment

ବ୍ରାହ୍ମଣୀ ନଦୀରେ ମଣିଷଖିଆ କୁମ୍ଭୀର: ୧୬ ଦିନରେ ୩ ଜଣଙ୍କୁ ଟାଣି ନେଲା...

ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର। କେନ୍ଦ୍ରାପଡ଼ାରେ ପୁଣି ଜଣେ ବୃଦ୍ଧଙ୍କୁ ଟାଣି ନେଇଛି କୁମ୍ଭୀର। ୧୬ ଦିନ ମଧ୍ୟରେ କେନ୍ଦ୍ରାପଡ଼ାର ବ୍ରାହ୍ମଣୀ ନଦୀରେ ୩ ଜଣଙ୍କ ଜୀବନ ନେଲାଣି କୁମ୍ଭୀର।

author-image
Rajalaxmi Sahoo
3 person allegedly dragged into water by crocodile in Kendrapara within 16 days

3 person allegedly dragged into water by crocodile in Kendrapara within 16 days

ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର। କେନ୍ଦ୍ରାପଡ଼ାରେ ପୁଣି ଜଣେ ବୃଦ୍ଧଙ୍କୁ ଟାଣି ନେଇଛି କୁମ୍ଭୀର। ଆଜି ଭୋର ସମୟରେ ଘାଗରାଡିହା ଗାଁର ଗଙ୍ଗାଧର ତରାଇ ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା।

Advertisment

ଗଙ୍ଗାଧରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିପାରିନି। ତାଙ୍କୁ ଉଦ୍ଧାର ଲାଗି ଅଗ୍ନିଶମ କର୍ମଚାରୀମାନେ ଖୋଜାଖୋଜି କରୁଛନ୍ତି। ୧୬ ଦିନ ମଧ୍ୟରେ କେନ୍ଦ୍ରାପଡ଼ାର ବ୍ରାହ୍ମଣୀ ନଦୀରେ ୩ ଜଣଙ୍କ ଜୀବନ ନେଲାଣି କୁମ୍ଭୀର।

ରଜ ସମୟରେ ମା’ ଆଗରେ ନାବାଳକକୁ ନଦୀ ଭିତରକୁ କୁମ୍ଭୀର ଟାଣି ନେଇଥିଲା। ସେହିପରି ଗତ ୨୨ ତାରିଖରେ ରାଜନଗର ହାତିଆଗଡ଼ି ଗାଁର ଜଣେ ମହିଳାଙ୍କୁ କୁମ୍ଭୀର ନେଇ ଯାଇଥିଲା। ଆଜି ପୁଣି ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେବା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। 

Advertisment
Crocodile Attack
Advertisment
Advertisment