/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682855466.jpg)
Baijayant Jay Panda
ମୋଦି ବିଶ୍ୱରେ ଲୋକପ୍ରିୟ। କେନ୍ଦ୍ରାପଡ଼ା ଆଳିରେ ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଭାଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ମନ୍ କୀ ବାତ୍ ଶୁଣିବାକୁ ଲୋକଙ୍କ ଉତ୍ସାହ କଥା ସେ ବଖାଣିଛନ୍ତି।
ସେ କହିଛନ୍ତି ଯେ ମୋଦି ସାରା ବିଶ୍ବରେ ଲୋକପ୍ରିୟ ଜନନେତା ହୋଇପାରିଛନ୍ତି। ବାରମ୍ବାର ପ୍ରତି ମାସରେ ହେଉଥିବା ସର୍ଭେରୁ ପ୍ରମାଣିତ। ମୋଦିଙ୍କ ପୂର୍ବରୁ କୌଣସି ରାଜନେତା ଏପରି ଲମ୍ବା କାର୍ଯ୍ୟକ୍ରମ କରି ନାହାନ୍ତି। ମୋଦିଙ୍କ ନେତୃତ୍ବରେ ଯେଉଁ ପ୍ରଗତି ହେଉଛି, ତାହା ଉପରେ ବିଶ୍ବର ନଜର।
ସେ ଆହୁରି କହିଛନ୍ତି ଯେ କରୋନା ସମୟରେ ସବୁଠୁ ବଡ଼ ଟିକାକରଣ ହେଉ ବା ଆଉ କିଛି। ସୁଦାନରେ ଫସିଥିବା ଭାରତୀୟଙ୍କୁ ଏବେ ଉଦ୍ଧାର କରୁଛନ୍ତି। ଅନ୍ୟ ଦେଶ ସେପରି କରିପାରୁ ନାହାନ୍ତି, କିନ୍ତୁ ଭାରତ କରିପାରୁଛି। ‘ଭାରତ କଣ କରୁଛି, ମୋଦି କଣ ଇସାରା କରୁଛନ୍ତି ତା ଉପରେ ନଜର।
କେନ୍ଦ୍ରାପଡ଼ା ଆଳିରେ ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ପ୍ରତିକ୍ରିୟାରେ କହିଛନ୍ତି- ଆଜି ଏକ ଐତିହାସିକ ଦିନ। ଏହିଭଳି କାର୍ଯ୍ୟକ୍ରମ ଏତେ ଲମ୍ବା ସମୟ ପାଇଁ କୌଣସି ଜନନେତା କରିପାରିନଥିଲେ#MannKiBaatAt100#PMModi#BaijayantJayPanda#OTVpic.twitter.com/XpsAAnLGSB
— ଓଟିଭି (@otvkhabar) April 30, 2023
ସେଞ୍ଚୁରି ମାରିଛି 'ମନ୍ କି ବାତ୍' କାର୍ଯ୍ୟକ୍ରମ । ଦେଶବାସୀଙ୍କ ସହିତ ସିଧାସଳଖ ଯୋଡ଼ି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ବର୍ଷ ତଳେ ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମ ଆଜି ୧୦୦ ତମ ଅଧ୍ୟାୟ ପୂରଣ ହୋଇଛି । ସେତେବେଳେ ନିଆଯାଇଥିବା ଏହି ଅଭିନବ ପ୍ରୟାସ ଆଜି ଐତିହାସିକ ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)