• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦାଣ୍ଡରେ ପଡ଼ି ହାଟରେ ଗଡୁଛି ବିଜେଡି ଗୋଷ୍ଠୀ କନ୍ଦଳ । କେନ୍ଦ୍ରାପଡ଼ା କିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀରେ ଆଜି ବିଜେଡିର ଜନ ସଂର୍ପକ ପଦଯାତ୍ରା ବେଳେ ଏଭଳି କିଛି ଦେଖିବାକୁ ମିଳିଛି । ଏକା ସମୟରେ ସ୍ଥାନୀୟ ବିଧାୟକ ଧ୍ରୁବଚରଣ ସାହୁ ଓ ଜିଲ୍ଲା ପରିଷଦ ଉପାଧକ୍ଷ ଅଶୋକ ପଢିହାରୀଙ୍କ ସମର୍ଥକ ଭିନ୍ନ ଭିନ୍ନ ଦୁଇଟି କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ।

ବିଧାୟକ ଧୃବ ସାହୁ ଜନ ସଂର୍ପକ ପଦଯାତ୍ରା ରାଜନଗର ବ୍ଳକ ଛକ ନିକଟରେ କରୁଥିବା ବେଳେ ଅଶୋକ ପଢିହାରୀଙ୍କ ସମର୍ଥକମାନେ ଜରିମୂଳ ମାଟିଆ ମଙ୍ଗଳା ନିକଟରେ ସଫେଇ କାର୍ଯ୍ୟକ୍ରମ କରିଥିଲେ। ଯାହା ବିଜେଡିର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । ଅନ୍ୟପଟେ ପଢିହାରୀଙ୍କ ସମର୍ଥକମାନେ କହିଛନ୍ତି, ସେମାନେ କୌଣସି ରାଜନୈତିକ କାର୍ଯ୍ୟକ୍ରମ କରୁନଥିଲେ । ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସଫେଇ କାର୍ଯ୍ୟ କରୁଥିଲୁ ।

ତେବେ ବିଜେଡି ସାମାଜିକ ମିଡିଆ ସେଲ ଅଧକ୍ଷ କହିଛନ୍ତି ଯଦି, ସମାନ୍ତରଳ ଭାବେ ରାଜନୈତିକ କାର୍ଯ୍ୟକ୍ରମର କିଛି ପ୍ରମାଣ ମିଳେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେପଟେ କଟକ ଜିଲ୍ଲା ସାଲେପୁର ବିଜେଡିରେ ମଧ୍ୟ ଦେଖାଦେଇଛି କଳି । ବିଜେଡି ପଦଯାତ୍ରା ବେଳେ ୨ ଗୋଷ୍ଠୀ ଠେଲାପେଲା ହୋଇଛନ୍ତି । ସ୍ଥାନୀୟ ବିଜେଡି ନେତା ହିମାଂଶୁ ମହାନ୍ତି ଆଜି କିଛି ସମର୍ଥକଙ୍କ ସହ ସାଲେପୁରର ସାହେଶ୍ୱରୀ ମନ୍ଦିର ନିକଟରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ମହାତ୍ମା ଗାନ୍ଧୀଙ୍କ ଫୋଟୋ ଲଗା ବ୍ୟାନର ଧରି ପଦଯାତ୍ରା କରି ଆସୁଥିଲେ । ଏହି ସମୟରେ ସାଲେପୁର ବଜାର କଲେଜ ଛକଠାରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ କିଛି ସମର୍ଥକ ସହ ସେମାନଙ୍କ ପେଲାଠେଲା ହୋଇଥିଲା । ତାଙ୍କ ଲୋକପ୍ରିୟତାରେ ଭୟଭୀତ ହୋଇ ବିଧାୟକଙ୍କ ସମର୍ଥକ ବିରୋଧ କରି ପେଲାଠେଲା କରିଥିବା ହିମାଂଶୁ କହିଛନ୍ତି । ସେପଟେ କିଛି ଗଣ୍ଡଗୋଳ ହୋଇନାହିଁ ବୋଲି କହିଛନ୍ତି ବ୍ଲକ ଯୁବ ବିଜେଡି ସଭାପତି ।