Advertisment

ଜୀବନ ପ୍ରତି ବିପଦ ଥିବା ଦର୍ଶାଇ, ଅନଶନରେ ଡାକ୍ତର ଓ ନର୍ସ...

ଗତକାଲି ହସପିଟାଲରେ ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ । ଅନଶନସ୍ଥଳରେ ରୋଗୀ ଦେଖିଲେ ଡାକ୍ତର ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Doctors Protest

Doctors Protest

ଅନଶନରେ ଡାକ୍ତର। ସ୍ୱାସ୍ଥ୍ୟ କର୍ମଚାରୀ ବି ଧାରଣା ଦେଇଛନ୍ତି। ହେଲେ ଅନଶନ ସ୍ଥଳରେ ଚାଲିଛି ରୋଗୀ ଦେଖା। ଏଦୃଶ୍ୟ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର। ଗତକାଲି ରାତିରେ କିଛି ଅସାମାଜିକ ଯୁବକ ଡାକ୍ତରଖାନା ଆସି ହୋହଲ୍ଲା କରିଥିଲେ। କର୍ମଚାରୀ ଏପରିକି ମେଡିକାଲ ଅଧିକାରୀଙ୍କୁ ବି ଆଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ l

Advertisment

ଆକ୍ରମଣ କରିବାକୁ ବି ପଛାଇ ନଥିଲେ l ଡାକ୍ତରଖାନା ପରିସରରେ ଅସାମାଜିକ ଯୁବକଙ୍କ ଏଭଳି ଆତଙ୍କରାଜରେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଆଜି ଧାରଣlରେ ବସିଥିଲେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ l ସ୍ଥାନୀୟ ବିଧାୟକ ଓ ଥାନା ଅଧିକାରୀ ଦୁର୍ବୃତ୍ତଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେବା ପରେ ଡାକ୍ତର ଓ କର୍ମଚାରୀ ଧାରଣରୁ ଓହରିଥିଲେ l 

Advertisment
Advertisment