Advertisment

ୟୁ ଟର୍ଣ୍ଣ ମାରିବ କି ଓଡ଼ିଶା ରାଜନୀତି ? ବଦଳିବ କି ବିଜେପି-ବିଜେଡି ସମୀକରଣ ?

ବିଜେପି ତୁଙ୍ଗ ନେତାଙ୍କ ଦମ୍ଭୋକ୍ତିରୁ ମିଳିଲାଣି ଆଭାସ । ବିଜେଡିର ଜବାବ, କିଛି ଫରକ୍ ପକାଇବନି କାଲିର ରେଜଲ୍ଟ ।

author-image
Satyendu Shekher Mishra
Odisha Politics

Odisha Politics

ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶରେ ପଦ୍ମ ଦଳର ବିଜୟ ଓଡ଼ିଶା ବିଜେପି ପାଇଁ ସାଜିବ କି ସଞ୍ଜିବନୀ। କାହିଁକି ନା ଏହି ବିଜୟ ପରେ ଫୁଲ୍ ଯୋଶ୍‌ରେ କର୍ମୀ, ପୂରା କନ୍‌ଫିଡେଣ୍ଟ ରାଜ୍ୟ ନେତୃତ୍ୱ । ଫଳାଫଳ ଆସୁଆସୁ ସଂଧ୍ୟାରେ ଦଳର ବିଜୟ ଉତ୍ସବ, ଆଉ ରାତି ପାହୁ ପାହୁ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ।

Advertisment

ବିଜେଡି ସରକାରଙ୍କୁ ଟାର୍ଗେଟ ସହ ୨୪ରେ ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ଦୃଢୋକ୍ତି। ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ୩ ରାଜ୍ୟର ବିଜୟ ଜାତୀୟ ରାଜନୀତିକୁ ଏକ ନୂଆ ମୋଡ଼ ଦେଇଛି। ଏହା ସହ ଓଡିଶା ରାଜନୀତି ବି ୟୁ-ଟର୍ଣ୍ଣ ମାରିବ । ଅପ୍ରତ୍ୟାଶିତ ଫଳ ସ୍ପଷ୍ଟ କରୁଛି ମୋଦିଙ୍କ ଗ୍ୟାରେଣ୍ଟି ପ୍ରତି ଲୋକଙ୍କ ଭରସା ଓ ବିଶ୍ୱାସ ରହିଛି। ଏହା ସହ ଛତିଶଗଡ଼ ଓ ରାଜସ୍ଥାନରେ ବିଜେପିକୁ ଭୋଟ୍ ଦେବା ପଛରେ ଯେଉଁ ସବୁ ପ୍ରସଙ୍ଗ ରହିଛି ଓଡ଼ିଶାରେ ବି ସମାନ ପ୍ରସଙ୍ଗ ରହିଛି।

ଦୁର୍ନୀତି, ଭ୍ରଷ୍ଟାଚାର, କେନ୍ଦ୍ରୀୟ ଅନୁଦାନ ହଡ଼ପକୁ ମୁଖ୍ୟ ମୁଦ୍ଦା କରି ସେଠି ନିର୍ବାଚନ ଲଢିଥିଲା ଦଳ। ବିଜେଡି ବିରୋଧରେ ବି ଏହି ସବୁ ପ୍ରସଙ୍ଗକୁ ନେଇ ଜୋରଦାର ଲଢେଇ କରିବ ରାଜ୍ୟ ବିଜେପି। ଏପଟେ କଂଗ୍ରେସ ଓ ବିଜେଡି କହିଛନ୍ତି, ସେଠାକାର ଫଳାଫଳର କୌଣସି ପ୍ରଭାବ ଓଡ଼ିଶାରେ ପଡିବନି।

Advertisment

ଏପଟେ ଓଡିଶାକୁ ଲାଗି ରହିଥିବା ଛତିଶଗଡ଼ର ପ୍ରାୟ ୮ଟି ନିର୍ବାଚନ ମଣ୍ଡଳୀରେ ବାଜିମାତ୍ କରିଛି ବିଜେପି। ଯାହାର ପ୍ରଭାବ ପଶ୍ଚିମ ଓଡ଼ିଶାରେ ବହୁଳ ମାତ୍ରାରେ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି। ସେପଟେ ୩-୧ ଫଳାଫଳ ସହ କଂଗ୍ରେସଠୁ ୨ଟି ରାଜ୍ୟ ଛଡ଼ାଇ ଦିଲ୍ଲୀ ଦରବାରରେ ହାଟ୍ରିକ ପାଇଁ ବିଜେପିର ଆତ୍ମବିଶ୍ବାସ ବଢାଇ ଦେଇଛି। ଏମିତି ସ୍ଥିତିରେ ବିଜେଡି ପ୍ରତି କୋହଳ ଆଭିମୁଖ୍ୟ ପୋଷଣ କରୁଥିବା କେନ୍ଦ୍ର ବିଜେପି ଷ୍ଟ୍ରାଟେଜିରେ ପରିବର୍ତ୍ତନ କରିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି।

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବଡ଼ ବିଜୟ ପରେ ଆଉ ବିଜେଡିର ସହାୟତା ଲୋଡି ନପାରେ ବିଜେପି। ସେପଟେ କେନ୍ଦ୍ରାପଡ଼ାରେ ବିଜେପି କର୍ମୀ ସମ୍ମିଳନୀକୁ ସମ୍ବୋଧନ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ଗତକାଲି ଛତିଶଗଡ଼ରେ ବିଜୟ ହେଲା, ଆସନ୍ତାବର୍ଷ ଓଡ଼ିଶାରେ ହେବ। ଏଠାରେ ମନି, ମସଲ୍ କିମ୍ବା ଅଫିସର୍ ପାୱାର କିଛି କାମ ଦେବନି। 

ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ଦଳ ପାଇଁ ଚାଲେଞ୍ଜ ହୋଇପାରେ ଲୋକଙ୍କ ମଧ୍ୟରୁ ବିଜେପି- ବିଜେଡି ସଂପର୍କକୁ ନେଇ ଥିବା ଚର୍ଚ୍ଚାକୁ ଦୂର କରିବା। 

ଏପଟେ ବିଜେପି ସାମ୍ବାଦିକ ସମ୍ମିଳନୀ କରିବାର କିଛି ସମୟ ପରେ ହିଁ ପ୍ରଧାନମନ୍ତ୍ରୀଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ଦେଖିବାର କଥା ହେଉଛି ବିଜେଡି ପ୍ରତି କେନ୍ଦ୍ର ବିଜେପି ନେତୃତ୍ୱଙ୍କ ଆଭିମୁଖ୍ୟ କଣ ହେଉଛି ।

BJD BJP Congress Odisha Politics
Advertisment
Advertisment