• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଗୋବରୀ ନଦୀରେ ବୁଡ଼ିଗଲେ ୨ ସମ୍ପର୍କୀୟ ଭଉଣୀ । ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣକ ଏବେ ବି ନିଖୋଜ ଥିବା ସୂଚନା ମିଳିଛି । କେନ୍ଦ୍ରାପଡା ସଦର ଥାନା ବାବୁ ରାମ ପାଟଣା ଗାଁରେ ଏହି ଘଟଣା ଘଟିଛି । 

ଗାଁର ବାବାଜୀ ସାହୁ ଓ ସନ୍ତୋଷ ସାହୁଙ୍କ ଦୁଇ ଝିଅ ଘର ପାଖ ଗୋବରୀ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ l  ଖବର ପାଇ ଗ୍ରାମବାସୀ ସନ୍ତୋଷଙ୍କ ଝିଅକୁ ଉଦ୍ଧାର କରି ହସ୍ପିଟାଲ୍‌କୁ ପଠାଇଥିଲେ । ତେବେ ବାବାଜୀଙ୍କ ଝିଅ ଏବେ ବି ନିଖୋଜ ଅଛନ୍ତି ।

ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି l ଉଭୟ ଝିଅଙ୍କ ବୟସ ୧୦ ବର୍ଷ ବୋଲି ଜଣାପଡିଛି l