Advertisment

ଆଜିଠୁ ଆରମ୍ଭ ଗଜଲକ୍ଷ୍ମୀ ପୂଜା : ଉତ୍ସବ ମୁଖର ଗାଁଠୁ ସହର, କେନ୍ଦ୍ରପଡ଼ା ଓ ଢେଙ୍କାନାଳରେ ଚମକୁଛି ଚାନ୍ଦି ମେଢ...

ମନମୋହୁଛି ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକ ସଜ୍ଜା....ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା.... ଉତ୍ସବ ମୁଖର ଗାଁଠୁ ସହର....

author-image
Prangyan Parimita
ଅଦ୍ୟତନ ହୋଇଛି
Laxmi Puja,

Laxmi Puja,

ଆଜିଠୁ ଆରମ୍ଭ ହେଉଛି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ସୁସଜ୍ଜିତ ହୋଇଥିବା ବେଳେ ତୋରଣ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତଥର ଢେଙ୍କାନାଳରେ ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମାଆ ଗଜଲକ୍ଷ୍ମୀ।

Advertisment

ବିଭିନ୍ନ ମଣ୍ଡପରେ ଚାନ୍ଦିମେଢ ସହିତ ସୁଉଚ୍ଚ ତୋରଣ ସାଙ୍ଗକୁ ୧୦ କିଲୋମିଟର ବ୍ୟାପୀ ଆଲୋକ ସଜ୍ଜା ହେଉଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଢେଙ୍କାନାଳରେ ୧୧ ଦିନ ଧରି ଚାଲିବ ଗଜଲକ୍ଷ୍ମୀ ପୂଜା। ..

ସେହିପରି ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ତୁଳସୀକ୍ଷେତ୍ର କେନ୍ଦ୍ରପଡା। ଏଥର କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜାରେ ବିଭିନ୍ନ ପୂଜା ମଣ୍ଡପରେ ଚମକିବ ଚାନ୍ଦିମେଢ଼। ମା ଲକ୍ଷ୍ମୀଙ୍କ ଚାନ୍ଦି ମେଢ଼ ପାଇଁ ପ୍ରସ୍ତୁତି ଶେଷ ହୋଇଛି।

Advertisment

ମଢିଆଳ, ଗଙ୍ଗା ଭଗିରଥ ପୂଜା କମିଟ, କାକଟ ମଙ୍ଗଳା ବିମ୍ବଳାଇ, ଖଡିଅଙ୍ଗ ଓ ଗରାପୂର ଆଦି ମେଢ଼ ଚାନ୍ଦିରେ ଝଟକିବେ ମା। ଗଙ୍ଗା ଭାଗିରଥ ମଢିଆଳ ପୂଜା କମିଟି ଦ୍ୱାରା ୨ କୁଇଣ୍ଟାଲରୁ ଅଧିକ ଆଭୂଷଣରେ ପୁଜା ପାଇବେ ମା ଲକ୍ଷ୍ମୀ।...

ତେବେ ଗଜଲକ୍ଷ୍ମୀ ପୂଜାରେ ସଭିଁଙ୍କ ମନରେ ଦ୍ୱନ୍ଦ୍ୱ, କେତେବେଳେ ହେବ ଲକ୍ଷ୍ମୀଙ୍କ ଅବାହନ ? କଣ ରହିଛି ଶ୍ରୀମନ୍ଦିରରେ ନୀତିକାନ୍ତି ? ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି- ଯେହେତୁ ମହାପ୍ରଭୁ ଜଗନ୍ନାଥ ନିଜେ ଗ୍ରହରୂପୀ ଜନାର୍ଦ୍ଦନ, ତେଣୁ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ଠାକୁର ମାନଙ୍କ ଗ୍ରହଣ ମହାସ୍ନାନ ହେବ ଓ ଖଇ-କୋରା ଭୋଗ ଲାଗି ହେବ। ଗ୍ରହଣ ମୋକ୍ଷ ପରେ ଅନ୍ୟ ନୀତି ଆଗକୁ ବଢ଼ିବ ।

ଯେହେତୁ ଗ୍ରହଣ ପାଇଁ ଅଶୁଭ କାଳ ରହିଛି, ତେଣୁ କୁମାରୀମାନେ ଅପରାହ୍ନ ୪ଟା ୦୫ ପୂର୍ବରୁ ଚନ୍ଦ୍ର ପୂଜା ଓ ବ୍ରତ ସାରିବାକୁ ପରାମର୍ଶ ଦିଆଯାଇଛି । ମୃଣ୍ମୟୀ ଗଜଲକ୍ଷ୍ମୀ ପ୍ରତିମାଙ୍କ ପୂଜା ପାଇଁ ମଣ୍ଡପ ମାନଙ୍କରେ ଅପରାହ୍ନ ୪ଟା ପୂର୍ବରୁ ପୂଜା ବିଧି ସାରିବାକୁ କୁହାଯାଇଛି ।

Laxmi Puja
Advertisment
Advertisment