/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698831088.jpg)
Minor Girl Gang Raped Case
କେନ୍ଦ୍ରାପଡ଼ାରେ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ବିଜେଡିର ଦୁଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବିବାଦ ଘେରକୁ ଟାଣିଲା ବିଜେପି । ଘଟଣାରେ ଏହି ୨ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ଅଭିଯୋଗ କରିଛନ୍ତି ।
ଖାଲି ଏତିକି ନୁହେଁ ମୁଖ୍ୟ ଅଭିଯୁକ୍ତଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରକ୍ଷା ଦେଉଥିବା ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି । କଲେଜ କମନ୍ ରୁମ୍ରୁ ନିଶା ଦେଇ ଅଭିଯୁକ୍ତ କିଭଳି ନାବାଳିକାକୁ ନେଇଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବିଜେପି ନେତ୍ରୀ ଦର୍ଶାଇଛନ୍ତି ।
ଏଥିସହ କଲେଜ ଅଧ୍ୟାପକ ରମାକାନ୍ତ ପାଣି ପୀଡ଼ିତାଙ୍କ ପରିବାରକୁ ଧମକ ଦେଉଥିବା ମଧ୍ୟ ପୀଡ଼ିତାଙ୍କ ପରିବାର ଅଭିଯୋଗ ଆଣିଛନ୍ତି । ଅଧ୍ୟାପକ ଜଣକ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଅଭିଯୁକ୍ତ କୃଷିମନ୍ତ୍ରୀଙ୍କ ପାଖ ଲୋକ ହୋଇଥିବାରୁ ଦୁଇ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।
ଏହାସହ ଏହି ମାମଲାକୁ ନେଇ ଜାତୀୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେବ ବୋଲି ବି ସୂଚନା ଦେଇଛି ଦଳ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)