• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଆଜି ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ପ୍ରବଳ ବର୍ଷା ନେଇ ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଂଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଏବଂ ସୁନ୍ଦରଗଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ତେବେ କାଲିଠୁ କମିବ ବର୍ଷାର ପରିମାଣ। କାଲି କେବଳ କେନ୍ଦୁଝର ଓ ମୟୂରଭଂଜରେ ବର୍ଷା ସମ୍ଭାବନା ରହିଛି। ସେହିପରି ୬ ଏବଂ ୭ ତାରିଖରେ ବର୍ଷାର ପରିମାଣ ଆହୁରି କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ..

ସେପଟେ ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର। ଘର, ଦୋକାନ, ରାସ୍ତା ଘାଟ ପାଣିରେ ଉବୁଟୁବୁ । ଏପରିକି ବାଲେଶ୍ୱର- ବାରିପଦା ମୁଖ୍ୟ ରାସ୍ତା ଉପରେ ବି ପାଣି ଜମିଛି। ଏହି ରାସ୍ତାର ବାଲିଆରୁ ନୂଆସାହି ଛକରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛିା ଫଳରେ ସାଧାରଣ ଲୋକଙ୍କ ଯାତାୟାତ ଓ ଗଡ଼ି ଚଳାଚଳରେ ବାଧା ଉପୁଜିଛିା ରାସ୍ତାକଡ଼ରେ ଥିବା ଦୋକାନ ଭିତରେ ବି ପାଣି ପଶିଛି ।