/odishatv-khabar/media/post_attachments/uploadimage/library/16_9/16_9_0/s_1696505076.jpg)
Panic grips after firecracker blast damages car in Kendrapara
କେନ୍ଦ୍ରାପଡ଼ାରେ ବାଣ ବିସ୍ଫୋରଣରେ ଉଡ଼ିଗଲା କାର୍ । ରାସ୍ତାରେ ବାଣ ଶୁଖା ଯାଇଥିବା ବେଳେ କାର ଚଢ଼ିଯିବାରୁ ବାଣ ବିସ୍ଫୋରଣ ହୋଇଥିଲା । ଏଥିରେ କାର୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଡ୍ରାଇଭର ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ସଦର ଥାନା ଖଣ୍ଡିଆ ବନ୍ଧ ଗାଁରେ ଏହି ବିସ୍ଫୋରଣ ହୋଇଛି ।
Advertisment
ସୂଚନା ଅନୁସାରେ, ବାଣ ତିଆରି କରି କେହି ରାସ୍ତାରେ ଶୁଖାଇଥିବା ବେଳେ ରାସ୍ତାରେ ଯାଉଥିବା କାର୍ ଚକ ଚଢ଼ି ଯିବାରୁ ବଡ଼ ବିସ୍ଫୋରଣ ହୋଇଥିଲା । ଫଳରେ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)