Advertisment

ଲାଓସରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ସୁରକ୍ଷିତ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ...

ଲାଓସରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କାମ କରିବାକୁ ଯାଇ ଲାଓସର ଆଟପୁରେ ଫସି ରହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର ୩୫ ଜଣ ଓଡ଼ିଆ ଶ୍ରମିକ ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
CM Naveen Patnaik directs district administration to rescue 35 Odia labourers stranded in Laos

CM Naveen Patnaik directs district administration to rescue 35 Odia labourers stranded in Laos

ଲାଓସରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦକ୍ଷିଣ-ପୂର୍ବ ଏସିଆର ଲାଓସ ଦେଶରେ ଫସିଥିବା ୩୫ ଜଣ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା CMO ପକ୍ଷରୁ କୁହାଯାଇଛି ।  

Advertisment

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶ୍ରମ କମିଶନର ଲାଓସରେ ଭାରତୀୟ ଦୂତାବାସ ସହ ଏନେଇ କଥା ହୋଇଛନ୍ତି । ତେବେ ଦୂତାବାସ କର୍ତ୍ତୃପକ୍ଷ ସମସ୍ତ ଶ୍ରମିକଙ୍କ ସହ  ଯୋଗାଯୋଗରେ ଅଛନ୍ତି ଏବଂ ଖୁବ୍‌ଶୀଘ୍ର ନିରାପଦରେ ଭାରତକୁ ଆଣିବା ପାଇଁ ପଦକ୍ଷେପ ନିଆଯାଉଛି ।

କାମ କରିବାକୁ ଯାଇ ଲାଓସର ଆଟପୁରେ ଫସି ରହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର ୩୫ ଜଣ ଓଡ଼ିଆ ଶ୍ରମିକ । ଆଟାପୁ-ଲାଓର ଏକ ପ୍ଲାଏଉଡ଼ କମ୍ପାନୀରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବେଳେ କମ୍ପାନୀ କର୍ମଚାରୀଙ୍କ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

Advertisment

ଏହି ଓଡ଼ିଆ ଶ୍ରମିକ ମାନଙ୍କୁ ୨ ମାସ ହେବ ଦରମା ଦିଆଯାଇନଥିବା ବେଳେ ସେମାନଙ୍କ ପାସ୍‌ପୋର୍ଟକୁ ଜୋର ଜବରଦସ୍ତ କମ୍ପାନୀ କର୍ମଚାରୀ ଛଡ଼ାଇ ନେଇଥିବା ଅଭିଯୋଗ କରିଛନ୍ତି ଫସି ରହିଥିବା ଓଡ଼ିଆ ଶ୍ରମିକ ।

ଭୋକ ଉପାସରେ ଗୃହବନ୍ଦୀ ଭାବେ ଜୀବନ କାଟୁଛନ୍ତି ଓଡ଼ିଆ ଶ୍ରମିକ । ଏନେଇ ଏକ ଭିଡିଓ ବାର୍ତ୍ତା ଜରିଆରେ ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଥିଲେ ।

Advertisment
Advertisment