Advertisment

ବାଡ଼ ଖାଉଛି ଫସଲ...ଜମାକାରୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡ଼ପ

ଆଳି ଥାନାରେ ଏନେଇ ଏତଲା ହେବା ପରେ ପୋଲିସ ମାମଲା ରୁଜୁ କରିବା ସହିତ ବ୍ୟାଙ୍କ ପିଅନ ସତ୍ୟାନନ୍ଦ ଘଡାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି।

author-image
Sonali Ojha
Bank Fraud

Bank Fraud

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ। ଜମାକାରୀଙ୍କ ଅଜାଣତରେ ସେମାନଙ୍କ ଆକାଉଣ୍ଟରୁ ଉଠିଛି ୮୫ ଲକ୍ଷ ଟଙ୍କା। ବାଡ଼ ଫସଲ ଖାଇବା ଭଳି ଅବସ୍ଥା ହୋଇଛି। କେନ୍ଦ୍ରାପଡା ଜିଲ୍ଲା ଆଳିର ସିଙ୍ଗିରିବାଜ଼ର ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖା ବିରୋଧରେ ଜମାକାରୀ ଅଭିଯୋଗ ଆଣିଛନ୍ତି।

Advertisment

୬ ଜଣ ଗ୍ରାହକଙ୍କ ୭ଟି ଆକାଉଣ୍ଟରୁ ୮୫ ଲକ୍ଷ ଟଙ୍କା ହଡ଼ପ ହୋଇଛି। ବନ୍ଧସାହି ବିଲିକଣା ଗାଁର ସୁରେନ୍ଦ୍ର ନାୟକ ଆଳି ଥାନାରେ ଗତ ୨୦ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ। ଆକାଉଣ୍ଟରୁ ଟଙ୍କା ହଡ଼ପ ଘଟଣାରେ ବ୍ୟାଙ୍କ ପିଅନ, ବ୍ୟାଙ୍କ ଷ୍ଟାଫ ଓ ପୂର୍ବତନ ଶାଖା ପରିଚାଳକଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଛି।

ଆଳି ଥାନାରେ ଏନେଇ ଏତଲା ହେବା ପରେ ପୋଲିସ ମାମଲା ରୁଜୁ କରିବା ସହିତ ବ୍ୟାଙ୍କ ପିଅନ ସତ୍ୟାନନ୍ଦ ଘଡାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗ୍ରାହକଙ୍କ ଜମାଖାତାରୁ ଟଙ୍କା ହଡ଼ପ ହେବା ତାଲିକା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଭାଳେଣି ପଡିଛି। ବର୍ତ୍ତମାନର ଶାଖା ପରିଚାଳକ ଟଙ୍କା ହଡ଼ପ କଥା ସ୍ୱୀକାର କରିବା ସହ ବିଭାଗୀୟ ତଦନ୍ତ ଚାଲିଥିବା କହିଛନ୍ତି।

Advertisment
Bank Fraud Indian Overseas Bank
Advertisment
Advertisment