Advertisment

ଚାଷୀଙ୍କୁ ଧମକାଇ ଟଙ୍କା ଆଦାୟ କରୁଥିଲେ ପୋଲିସ୍‌ ବାବୁ, ଘେରିଲେ ଲୋକେ...

ଚାଷୀଙ୍କୁ ଧମକାଇ ପୋଲିସ ଟଙ୍କା ଆଦାୟ କରୁଥିବା ବେଳେ ଘେରିଲେ ଲୋକେ। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।

author-image
Rajalaxmi Sahoo
Police personnel exposed while taking money from farmers in Kendrapara

Police personnel exposed while taking money from farmers in Kendrapara

ଚାଷୀଙ୍କୁ ଧମକାଇ ପୋଲିସ ଟଙ୍କା ଆଦାୟ କରୁଥିବା ବେଳେ ଘେରିଲେ ଲୋକେ। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଗତମାସ ୨୨ ତାରିଖରେ ବିଧାନସଭା ଘେରିବାକୁ ଯାଇଥିବା ଚାଷୀଙ୍କ ନାଁରେ କମିଶନରେଟ ପୋଲିସ ୧୦୭ ଦଫାରେ ମାମଲା ରୁଜୁ କରି ଛାଡ଼ି ଦେଇଥିଲା।

Advertisment

ତେବେ ଏନେଇ ସ୍ଥାନୀୟ ପଟ୍ଟାମୁଣ୍ଡାଇ ଥାନାର କିଛି ପୋଲିସ କର୍ମଚାରୀ ସଂପୃକ୍ତ ଚାଷୀଙ୍କୁ ନୋଟିସ ଦେବାକୁ ଯାଇଥିବା ବେଳେ ଟଙ୍କା ଆଦାୟ କରୁଥିବା ଭିଡିଓ ଭାଇରାଲ୍‌ ହୋଇଛି। ଏହାର ପ୍ରତିବାଦ କରି ଲୋକେ ପୋଲିସ କର୍ମଚାରୀଙ୍କୁ ଘେରିଥିଲେ।

ପରେ ପୋଲିସ କର୍ମଚାରୀ ଘଟଣାକୁ ମାନୁଥିବା ଭିଡିଓରେ ଥିବା ଅଡ଼ିଓରୁ ସ୍ପଷ୍ଟ ହେଉଛି। ଏହାପରେ ଆଦାୟ କରିଥିବା ଟଙ୍କା ମଧ୍ୟ ଫେରାଇ ଦେଇଛନ୍ତି। ଏନେଇ ପଟ୍ଟାମୁଣ୍ଡାଇ ଥାନା ଆଇଆଇସି କହିଛନ୍ତି, ଘଟଣାର ସଂପର୍କରେ ବୁଝିବା ପରେ ପଦକ୍ଷେପ ନିଆଯିବ। 

Advertisment
Advertisment
Advertisment