ଆଜିକାଲି ଗ୍ୟାସ୍ ଏବଂ ଏସିଡିଟି ଏକ ସାଧାରଣ ସମସ୍ୟା ହୋଇଗଲାଣି। ବେଳେବେଳେ ଏହା ଏତେ ଭୟଙ୍କର ହୋଇଯାଏ ଯେ ଘରୋଇ ଉପଚାର ମଧ୍ୟ କାମ କରେନି। ଯଦି ଏହି ସମସ୍ୟା ଆପଣଙ୍କୁ ବହୁତ କଷ୍ଟ ଦେଉଥାଏ ତେବେ କିଛି ସରଳ ଯୋଗ ଆସନ କରି ଆପଣ ଏହି ସମସ୍ୟାରୁ ମୁକୁଳି ପାରିବେ।
କେଉଁଠି ରହିବେ, କ’ଣ ଖାଇବେ, କେମିତି ବଞ୍ଚିବେ । ଅସୁମାରୀ ପ୍ରଶ୍ନର ବୋଝ ବୋହି ସୀମା ମୁହାଁ ହେଉଛନ୍ତି ହଜାର ହଜାର ଆଫଗାନ ଶରଣାର୍ଥୀ ।
ପାକିସ୍ତାନରେ ଆସନ୍ତା ବର୍ଷ ଫେବୃଆରୀ ୮ରେ ହେବ ସାଧାରଣ ନିର୍ବାଚନ । ଏ ନେଇ ସୋସିଆଲ ମିଡିଆ ଏକ୍ସ ଯୋଗେ ମଧ୍ୟ ପାକିସ୍ତାନ ରାଷ୍ଟ୍ରପତି ସୂଚନା ଦେଇଛନ୍ତି ।
ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ । ଲଗାତାର ୬ ଦିନ ଧରି ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀ ବାସୀ ଏବଂ ସରକାର।
ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଆଜି ଭାରତୀୟ ବ୍ୟାଟସମ୍ୟାନଙ୍କ ଜବରଦସ୍ତ ପ୍ରଦର୍ଶନ ପରେ ବୋଲରଙ୍କ ମ୍ୟାଜିକରେ ଧରାଶାୟୀ ହେଲା ଶ୍ରୀଲଙ୍କା।
ସଂସଦର ଏଥିକ୍ସ କମିଟିର ବୈଠକରେ ହଙ୍ଗାମା। ତ୍ରୁଣମୂଳ କଂଗ୍ରେସ ସାଂସଦ ମହଆ ମୈତ୍ରଙ୍କୁ ସାଙ୍ଗରେ ଧରି ବୈଠରୁ ବହାରି ଗଲେ ବିରୋଧୀ ସଦସ୍ୟ।
ବିଶ୍ୱକପ୍ରୁ ବାଦ୍ ପଡ଼ିଲେ ଟିମ୍ର ଷ୍ଟାର ଖେଳାଳି । ଟିମ୍ର ଏହି ଷ୍ଟାର ଅଲରାଉଣ୍ତର ଫେରିଯାଇଛନ୍ତି ଅଷ୍ଟ୍ରେଲିଆ ।
AAI ନୂତନ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଆଜିଠାରୁ ଆରମ୍ଭ ହେଉଥିବା ଜୁନିଅର ଏକ୍ଜିକ୍ୟୁଟିଭ୍ ପଦବୀ ପୂରଣ କରିବାକୁ AAIର ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୯୬ ପଦବୀ ପୂରଣ ହେବ
ଶାହରୁଖ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟ୍ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଏକ ଭିନ୍ନ ଭିନ୍ନ ଢଙ୍ଗରେ ଶୁଭ କାମନା ଜଣାଉଛନ୍ତି। ଏହି ଧାରାରେ ନିର୍ଦ୍ଦେଶକ ରାଜକୁମାର ହିରାନୀ ମଧ୍ୟ ଶାହାରୁଖଙ୍କ ପ୍ରଶଂସକଙ୍କୁ 'ଡଙ୍କି' ଚଳଚ୍ଚିତ୍ରର ଟିଜର ରିଲିଜ କରି ଏକ ଟ୍ରିଟ୍ ଦେଇଛନ୍ତି।
ଆଜି ଅନୁ ମଲିକ୍ ସଂଗୀତ ଜଗତର ମୁକୁଟବିହୀନ ସମ୍ରାଟ। ସେ ‘ବାଜିଗର’ ଚଳଚ୍ଚିତ୍ରରୁ ପ୍ରକୃତ ସଫଳତା ପାଇଥିଲେ। ଏହି ଚଳଚ୍ଚିତ୍ରର ସମସ୍ତ ଗୀତ ହିଟ୍ ହୋଇଥିଲା। ଅନୁ ମଲିକ ସଫଳତାର ସିଡ଼ି ଚଢିବାବେଳେ ମଧ୍ୟ ଅନେକ ବିବାଦରେ ଛନ୍ଦି ହୋଇଛନ୍ତି ହେଲେ ଆଗକୁ ଯିବାରେ ଅଟକି ନାହାନ୍ତି।
ଏଥିକ୍ସ କମିଟିରେ ହାଜର ହୋଇପାରନ୍ତି ଟିଏମସି ସାଂସଦ ମହୁଆ ମୈତ୍ର । ଏନେଇ ଏଥିକ୍ସ କମିଟି ପକ୍ଷରୁ ତାଙ୍କୁ ସମନ୍ କରା ଯାଇଥିଲା । ଗତ ୩୧ ତାରିଖରେ କମିଟି ଆଗରେ ହାଜର ହୋଇ ପକ୍ଷ ରଖିବା ଲାଗି ମହୁଆଙ୍କୁ କମିଟି ପକ୍ଷରୁ କୁହାଯାଇଥିଲା ।
ବଲିଉଡର ବାଦଶାହା, ଶାହରୁଖ ଖାନ .. ନିଜର ଅଭିନୟ ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି ।
ଇଡିରେ ହାଜର ହେବାକୁ ସମୟ ମାଗିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ନିଜ ଓକିଲଙ୍କ ଜରିଆରେ ସମୟ ମାଗିଛନ୍ତି କେଜ୍ରିୱାଲ ।
ଦୀର୍ଘ ୧୨ ବର୍ଷ ପରେ ପୁଣି ଥରେ ମୁମ୍ବାଇରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ଶ୍ରୀଲଙ୍କା ।
ମଝି ଦରିଆରେ ବୁଡିଯାଉଥିବା ବଲିଉଡ୍କୁ ଉଦ୍ଧାର କରିଦେଇଛନ୍ତି ଶାହରୁଖ। ଫିଲ୍ମ 'ପଠାନ' ମାଧ୍ୟମରେ ସେ ବଲିଉଡ୍ର ମର୍ଯ୍ୟାଦାର ରଖିନେଇଛନ୍ତି। ବର୍ତ୍ତମାନ ସେ ଫିଲ୍ମ ‘ଜବାନ’ର ସଫଳତାର ଉତ୍ସାହରେ ବ୍ୟସ୍ତଥିବା ବେଳେ ତାଙ୍କ ପ୍ରଶଂସକଙ୍କ ପାଇଁ ନଭେମ୍ବର ୨ ସବୁବେଳେ ଏକ ବିଶେଷ ଦିନ ହୋଇ ରହିବ।
କ୍ରମାଗତ ଚତୁର୍ଥ ତ୍ରୈମାସିକ ପାଇଁ ସାମସଙ୍ଗ ଏହାର A ଏବଂ M ସିରିଜର ସଫଳତା ପାଇଥିଲା । ଯାହାଦ୍ୱାରା ୧୭.୨% ଅଂଶଧନ ସହିତ ସାମସଙ୍ଗ ଅଗ୍ରଣୀ ସ୍ଥାନ ବଜାୟ ରଖିଛି ।
ଗାଜାପଟ୍ଟିରେ ଗାତୁଆ ମୂଷା ଭଳି ଲୁଚିଛନ୍ତି ହମାସ୍ ଆତଙ୍କୀ । ବୁଣିଛନ୍ତି ଭୂତଳ ସୁଡ଼ଙ୍ଗର ବୁଢ଼ିଆଣୀ ଜାଲ 'ଗାଜା ମେଟ୍ରୋ' । ଅଣ୍ଡରଗ୍ରାଉଣ୍ଡ ଟନେଲ୍ ଏବେ ଇସ୍ରାଏଲ ପାଇଁ ଗୋଲକଧନ୍ଦା । ଗାଜା ସହରର ମାଟି ତଳେ ଆଉ ଏକ ସହର । ଉପରେ ହସ୍ପିଟାଲ, ତଳେ ହମାସର ଆଡ୍ଡା । ହମାସ୍ ତିଆରି କରିଥିବା ସତସତିକା ଅଣ୍ଡରଗ୍ରାଉଣ୍ଡ ଟନେଲ୍ ଭୂଇଁଠୁ ୪୦ରୁ ୫୦ ମିଟର ମାଟି ତଳେ ବିଛାଇ ହୋଇ ରହିଛି ଶହ ଶହ କିଲୋମିଟରର ସୁଡ଼ଙ୍ଗ ଓ ଆଶ୍ରୟସ୍ଥଳ ।
ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ଅଧ୍ୟକ୍ଷ ନରେଶ ଗୋୟଲ ଓ ତାଙ୍କ ପରିବାର ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ED ଲଣ୍ଡନ, ଦୁବାଇ ଏବଂ ବିଭିନ୍ନ ରାଜ୍ୟରେ ଥିବା ସମ୍ପତ୍ତିରୁ ୫୩୮ କୋଟି ଟଙ୍କା ଜବତ କରିଛି।
ITBPରେ ସ୍ପୋର୍ଟସ୍ କୋଟା ଅଧୀନରେ କନଷ୍ଟେବଲ୍ ଜେନେରାଲ୍ ଡ୍ୟୁଟି ପାଇଁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ପଦବୀ ପାଇଁ ଉଭୟ ପୁରୁଷ ଏବଂ ମହିଳା ପ୍ରାର୍ଥୀ ଆବେଦନ କରିପାରିବେ। ଏହି ପଦବୀଗୁଡିକ ସ୍ପୋର୍ଟସ୍ କୋଟା-୨୦୨୩ ଅଧୀନରେ ରହିଛି।
ବୋହୂ ଜଣକ ନିଜ ପୁଅକୁ ଖାଇବାକୁ ଦେବାକୁ ଚାହୁଁଥିଲେ । କିନ୍ତୁ ସେହି ସମୟରେ ଅସୁସ୍ଥ ବୃଦ୍ଧ ଶ୍ୱଶୁର ଶୋଇବାକୁ ଚାହୁଁଥିଲେ । ଯାହାକୁ ନେଇ ବୋହୂ ରାଗି ଯାଇଥିଲେ । ପରେ ସେହି କଥାକୁ ନେଇ ଶ୍ୱଶୁରଙ୍କୁ ଜାଳିଦେବାକୁ ରାଗରେ ଉଦ୍ୟମ କରିଥିବା ଜଣାପଡ଼ିଛି ।
ଇସ୍ରାଏଲ୍ ଆକ୍ରମଣ କାରଣରୁ ଗାଜା ପଟୀରେ ହାହାକାର ଖେଳିଯାଇଛି। ଲଗାତାର ବୋମା ବିସ୍ଫୋରଣ ଯୋଗୁଁ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ପୂର୍ବରୁ ଗାଜା ପଟୀରେ ରହୁଥିବା ବିଦେଶୀ ନାଗରିକଙ୍କୁ ସାହାଯ୍ୟ କରିବାକୁ ମିଶର ଆଗେଇ ଆସିଛି।
ସାଉଥ୍ରୁ ଏମିତି ଏକ ଫିଲ୍ମ ଆସୁଛି ଯାହା ଟାଙ୍କ ଫିଲ୍ମକୁ ଟକ୍କର ଦେବ। ଏବେ ଏହାର ଟିଜର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ହୋସ୍ ଉଡେଇ ଦେଇଛି। ହ୍ରିତିକଙ୍କ ‘ଫାଇଟର୍’ର ଏପର୍ଯ୍ୟନ୍ତ ସାମାନ୍ୟ ଝଲକ ସାମ୍ନାକୁ ଆସିଥିବା ବେଳେ ଏହି ସାଉଥ୍ ଫିଲ୍ମର ଟିଜରରେ ଦେଖାଯାଇଥିବା ଦୃଶ୍ୟ ଯେକୌଣସି ଦର୍ଶକଙ୍କୁ ଉତ୍ସାହିତ କରିବା ପାଇଁ ଯଥେଷ୍ଟ।
ବରିଷ୍ଠ ଆଇପିଏସ୍ ଅଧିକାରୀ ରଶ୍ମି ରଞ୍ଜନ ସ୍ୱାଇଁ ଆଜି ଜମ୍ମୁ ଓ କାଶ୍ମୀରର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।
ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ ହେବ ୮ ଫୁଟ୍ ଉଚ୍ଚର ସୁବର୍ଣ୍ଣ ଆଚ୍ଛାଦିତ ମାର୍ବଲ ବେଦୀ । ଯାହା ଉପରେ ରାମଲାଲାଙ୍କ ବିଗ୍ରହ ବିରାଜମାନ କରିବେ ।
ଦିଲ୍ଲୀ ଓ ମୁମ୍ବାଇରେ କ୍ରିକେଟ ବିଶ୍ୱକପ୍ ମ୍ୟାଚ୍ ବେଳେ ଫୁଟିବନି ବାଣ । ଦିନକୁ ଦିନ ଦିଲ୍ଲୀରେ ବାୟୂ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।