• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମାଙ୍କଡ଼ ଆତଙ୍କରେ ଭୟଭୀତ ଲୋକେ । ୩ ଦିନରେ ଗଲାଣି ଦୁଇ ଜଣଙ୍କ ଜୀବନ । ଛାତ ଉପରେ ଜଣେ ୬ ବର୍ଷର ଶିଶୁକୁ ମାଙ୍କଡ଼ ଗୋଡ଼ାଇବା ଫଳରେ ସେ ଛାତରୁ ତଳେ ପଡ଼ି ମୃତ୍ୟୁ ବରଣ କରିଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପିଲାଟିକୁ ଉଦ୍ଧାର କରି ତା’କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତା’ର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି ।

ଗତ ରବିବାର ଦିନ ୟୁପିର ସମ୍ବଲ ଜିଲ୍ଲାର ସିରସି ଟାଉନରୁ ଏହି ଘଟଣା ସାମ୍‌ନାକୁ ଆସିଛି । ଛୋଟ ପିଲାଟିର ମୃତ୍ୟୁକୁ ନେଇ ପରିବାରର ଜଣେ ସଦସ୍ୟଙ୍କ କହିବା ଅନୁସାରେ ମୃତ ଶିଶୁକନ୍ୟାଟିର ନାଁ ହେଉଛି କିର୍ତ୍ତୀ । ସେ ଦ୍ୱିତୀୟ ଶ୍ରେଣୀରେ ପାଠପଢ଼େ । ସେ ଜେଜେ ବାପାଙ୍କ ସହ ଛାତ ଉପରେ ଥିବା ସମୟରେ ଏହି ଅଘଟଣ ଘଟିଛି ।

ମୃତ ଶିଶୁଟିର ବାପା କହିଛନ୍ତି ଯେ, ମୋ ଝିଅ ଭୟଭୀତ ହୋଇ ଦୌଡ଼ିବା ସମୟରେ ଛାତରୁ ଖସିପଡ଼ିଛି । ଗୁରୁତର ଥିବାରୁ ଆମେ ତାକୁ ବଞ୍ଚାଇପାରିଲୁନାହିଁ । ସେ ତାଙ୍କ ପ୍ରତିକ୍ରିୟାରେ ଆହୁରି କହିଛନ୍ତି, ଆମ ଅଞ୍ଚଳରେ ମାଙ୍କଡ଼ ଓ ବୁଲା କୁକୁରଙ୍କ ପାଦ୍ରୁଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ହେଲେ ପ୍ରଶାସନ ସେମିତି କିଛି ପଦକ୍ଷେପ ନେଉନାହିଁ । ତିନିଦିନ ମଧ୍ୟରେ ଏହି ଘଟଣା ଦ୍ୱିତୀୟ ବୋଲି ସେ କହିଛନ୍ତି ।

ସେହିପରି ଗତ ଶୁକ୍ରବାର ଦିନ ଶାହାଜାହାନପୁରର ରୋଜା ଅଞ୍ଚଳରେ ମାଙ୍କଡ଼ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଥିଲା । ମାଙ୍କଡ଼ ଆକ୍ରମଣ ଫଳରେ ଛାତରୁ ଖସିପଡ଼ିଥିଲେ ମହିଳା ଜଣକ । ଚଳିତ ବର୍ଷ ଆରମ୍ଭରୁ ଏହି ଅଞ୍ଚଳରେ ମାଙ୍କଡ଼ମାନେ ଆତଙ୍କ ରଚାଉଛନ୍ତି । ଫେବ୍ରୁଆରୀ ୨ରେ ପିଲିବିଟ୍ ଗାଁର ଜଣେ ୫୦ ବର୍ଷିୟ କୃଷକଙ୍କ ମାଙ୍କଡ଼ ଆକ୍ରମଣରେ ମୃତ୍ୟୁ ହୋଇଛି । ଅନେକ ଲୋକଙ୍କ ମୃତ୍ୟୁର କାରଣ ପାଲଟିଛନ୍ତି ବୁଲା କୁକୁର ଓ ମାଙ୍କଡ଼ ।