Advertisment

Biju Jayanti: 'ବିଜୁ ବାବୁ ମତେ ୨୧ ଦିନ ଜେଲରେ ପୁରେଇଥିଲେ', ବାହାରିବା ପରେ ମୁଁ ତାଙ୍କୁ କହିଲି...

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବିଜୁ ବାବୁଙ୍କ କଥା ମନେପକେଇ ନିଜ ଜୀବନରେ ଘଟିଥିବା ଏକ ସୁନ୍ଦର କାହାଣୀର ଅବତାରଣାକରି କହିଥିଲେ, 'ମୁଁ ବିଜୁ ବାବୁଙ୍କ ଘରକୁ ଯାଇଥିଲି । ବିଜୁ ବାବୁ ମତେ ଏବଂ ପତ୍ନୀ ସଂଗୀତାଙ୍କୁ ଜଳଖିଆ ଖାଇବାକୁ ଦେଇ କହିଲେ ତୋତେ ଆରେଷ୍ଟ କରିବି ।

author-image
Deviprasad Jena
ଅଦ୍ୟତନ ହୋଇଛି
Biju Jayanti

Biju Jayanti

ଭୁବନେଶ୍ୱର ଜୟଦେବ ଭବନରେ ମହାନ୍ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ଓ ଶକ୍ତି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବିଜୁ ବାବୁଙ୍କ ସହିତ ତାଙ୍କର ବ୍ୟକ୍ତିଗତ ରାଜନୈତିକ ଅନୁଭବକୁ ବର୍ଣ୍ଣନା କରି କହିଥିଲେ, ବିଜୁ ବାବୁ ସବୁବେଳେ ତୃଣମୂଳ ସ୍ତରର ଲୋକଙ୍କ ସେବା କରିବା ଉପରେ ଗୁରୁତ୍ବ ଆରୋପ କରୁଥିଲେ ।

Advertisment

ସେ ଏହି ଅବସରରେ ବିଜୁ ବାବୁଙ୍କ କଥା ମନେପକେଇ ନିଜ ଜୀବନରେ ଘଟିଥିବା ଏକ ସୁନ୍ଦର କାହାଣୀର ଅବତାରଣାକରି କହିଥିଲେ, 'ମୁଁ ବିଜୁ ବାବୁଙ୍କ ଘରକୁ ଯାଇଥିଲି । ବିଜୁ ବାବୁ ମତେ ଏବଂ ପତ୍ନୀ ସଂଗୀତାଙ୍କୁ ଜଳଖିଆ ଖାଇବାକୁ ଦେଇ କହିଲେ ତୋତେ ଆରେଷ୍ଟ କରିବି । ମୁଁ କହିଲି ମୁଁ ଆଇନରୁ ଉର୍ଦ୍ଧରେ ନୁହେଁ । ଯଦି କିଛି ଭୁଲ କରିଛି ତେବେ ମତେ ଆରେଷ୍ଟ କରନ୍ତୁ । ତା'ପରେ ମୁଁ ଘରକୁ ଆସିବା ପରେ ପୋଲିସ ଆରେଷ୍ଟ କଲା । ୨୧ ଦିନ ଜେଲରେ ରହିଲି ।  ଜେଲରୁ ବାହାରିବା ପରେ ମୋ ଦାଦା ବିକ୍ରମ କେଶରୀ ସିଂଦେଓଙ୍କୁ କହିଲି ମତେ ବିଜୁ ବାବୁଙ୍କୁ ଭେଟାଓ ।  ମୁଁ ସ୍ତ୍ରୀକୁ କହିଲି ମୁଁ ଆଜି ବୁଢାକୁ ଶୁଣେଇକି ଆସିବି ।

ବିକ୍ରମ କେଶରୀ ଦେଓ ମୋତେ ବିଜୁ ବାବୁଙ୍କ ପାଖକୁ ନେଇକି ଗଲେ । କିନ୍ତୁ, ବିଜୁ ବାବୁ କହିଲେ ତୋତେ ମୁଁ ଫ୍ରିରେ ପବ୍ଲିସିଟି ଦେଲି । ଯାହା ଦଳ ତୋତେ ଦେଇ ପାରିନଥା'ନ୍ତା। ମୁଁ ତାଙ୍କୁ ଧନ୍ୟବାଦ ଦେଲି । ଆଉ କହିଲି ମୁଁ ଆପଣଙ୍କୁ ବିରୋଧ କରୁନି ଖାଲି କହୁଛି ଯେ ଖାଲି ବିଜୁ ବାବୁଙ୍କ ନାଁରେ ଓଡ଼ିଶାରେ ଭୋଟ ନାହିଁ। ବିଜେପିର ଅସ୍ତିତ୍ୱ ଅଛି। ତା'ପରେ ବିଜୁ ବାବୁ ମୋତେ କୁଣ୍ଢେଇ ପକେଇଲେ  । ୧୯୯୫ରେ ଏକପାଖିଆ ଭାବେ ଜିତିକି ଆସିଲି ।

Advertisment

ଅପରପକ୍ଷେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ  ବିଜୁ ବାବୁ ଶିଳ୍ପ କ୍ଷେତ୍ରକୁ ବହୁତ ପ୍ରାଧାନ୍ୟ ଦେଉଥିଲେ । ସେ ନିଜେ ଅନେକ କାରଖାନା ପ୍ରତିଷ୍ଠା କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେସବୁକୁ ସରକାରଙ୍କୁ ଦେଇ ଦେଇଥିଲେ । ବୋଧହୁଏ ଏଭଳି ନିଷ୍ପତ୍ତି ନେବାରେ, ସେ ଥିଲେ ବିଶ୍ବର ଏକମାତ୍ର ବ୍ୟକ୍ତିତ୍ବ। ଓଡିଶାକୁ ଶିଳ୍ପ କ୍ଷେତ୍ରରେ, ପଞ୍ଚାୟତିରାଜ କ୍ଷେତ୍ରରେ, ମହିଳା ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଚିନ୍ତାଧାରା ଥିଲା ଅନନ୍ୟ ।

ଆଜି ଆମ ସରକାର ବିଜୁ ବାବୁଙ୍କ ସେହି ପଥକୁ ଅନୁସରଣ କରୁଛି । ତାଙ୍କ ମାର୍ଗରେ ପରିଚାଳିତ ହୋଇ ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ବିଜୁ ବାବୁଙ୍କ ମହିଳା ସଶକ୍ତିକରଣର ସ୍ବପ୍ନକୁ ସାକାର କରିବାକୁ ଯାଉଛୁ । 

ଅନ୍ୟପଟେ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେ ନଆସିବାରୁ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତା ନବୀନଙ୍କୁ ସମାଲୋଚନା କରି କହିଛନ୍ତି ବିଜୁ ବାବୁଙ୍କ ଜୟନ୍ତୀକୁ ଯେଉଁମାନେ ଆସି ନାହାନ୍ତି ସେମାନେ ପାପ କରିଛନ୍ତି ।

ଅଧିକ ପଢ଼ନ୍ତୁ: ରାଜା ଚକ୍ରଙ୍କୁ ଘାଣ୍ଟୁଛି EOW, ୨୦ ଗାଡ଼ି ଜବତ ଓ ୨୦୦ ଆକାଉଣ୍ଟ ଠାବ

Biju Patnaik Biju Jayanti Kanak Vardhan Singhdeo
Advertisment
Advertisment