• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୧୮ ବର୍ଷ ଧରି ଯୁବକଙ୍କ ମୁଣ୍ଡରେ ପଶିଥିଲା ଗୁଳି । ଅସ୍ତ୍ରୋପଚାର କରି ବାହାରକଲେ ଡାକ୍ତର । ମୁଣ୍ଡରେ ଗୁଳି ରହିଥିବା କାରଣରୁ ଦୀର୍ଘଦିନ ଧରି ଯୁବକ ଜଣକ କଷ୍ଟ ପାଇଆସୁଥିଲେ । ଏମିତିକି ପ୍ରାୟ ସବୁବେଳେ ତାଙ୍କ ମୁଣ୍ଡବିନ୍ଧା ଲାଗିରହୁଥିଲା । ଏନେଇ ବାରମ୍ବାର ଡାକ୍ତରଙ୍କ ନିକଟକୁ ଯିବା ପରେ ଡାକ୍ତର ଅପରେସନ୍‌ କରି ୩ ସେମିର ଏକ ଗୁଳିକୁ ଯୁବକଙ୍କ ମୁଣ୍ଡରୁ ବାହାର କରିଛନ୍ତି ।

ଗତ ସପ୍ତାହରେ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଏହି ଅପରେସନ୍‌ କରାଯାଇଛି । ଅପରେସନ୍‌ ହୋଇଥିବା ଯୁବକଙ୍କ ବୟସ ୨୯ ବର୍ଷ । ଏହି କାରଣରୁ ତାଙ୍କ ମୁଣ୍ଡ ସବୁବେଳେ ବିନ୍ଧୁଥିଲା । ଏମିତିକି କାନରେ ମଧ୍ୟ ସେ ଯନ୍ତ୍ରଣା ଅନୁଭବ କରୁଥିଲେ । ଯୁବକଙ୍କ ବାପା କୃଷକ ହୋଇଥିବା ବେଳେ ସେ ଗରିବ ଶ୍ରେଣୀର ଅଟନ୍ତି । ତାଙ୍କର ୬ ଭାଇ ଓ ତିନି ଭଉଣୀ ରହିଛନ୍ତି ।

ଯେତେବେଳେ ତାଙ୍କୁ ୧୦ ବର୍ଷ ବୟସ ହୋଇଥିଲା । ସେ ବଜାରରୁ ଘରକୁ ଫେରୁଥିଲେ । ସେହିସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ସେତେବେଳେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଫାୟାରିଂ ହୋଇଥିଲା । ଆଉ ସେହି ସମୟରେ ଏକ ଗୁଳି ତାଙ୍କ ମୁଣ୍ଡରେ ବାଜିଥିଲା । ଫଳରେ ସେ ଗୁରୁତର ହୋଇ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତରମାନେ ତାଙ୍କର ଚିକିତ୍ସା କରିବା ସହିତ କ୍ଷତକୁ ସଫା କରିଥିଲେ । ଆଉ ଭଲ ହେବାପରେ ତାଙ୍କୁ ଡିସଚାର୍ଜ କରିଥିଲେ ।

ସେହି ସମୟରେ ଯୁବକଙ୍କ କାନ ନିକଟରେ ବନ୍ଧୁକର ଗୁଳି ରହିଥିବା ଜାଣିପାରିନଥିଲେ । ଫଳରେ ଗୁଳିଟି ଶରୀରରେ ରହିଯାଇଥିଲା । ପରେ ପରେ ମୁଣ୍ଡରେ ଯନ୍ତ୍ରଣା ହେବାରୁ ଡାକ୍ତରଙ୍କୁ ଦେଖାଇବା ପରେ ଗୁଳିଟି ରହିଥିବା ଜଣାପଡ଼ିଥିଲା । ଆଉ ଏବେ ଡାକ୍ତରମାନେ ଅପରେସନ୍‌ କରି ଗୁଳିଟିକୁ ବାହାର କରିଛନ୍ତି ।

ଘଟଣାକୁ ନେଇ ଡାକ୍ତରଙ୍କ କହିବା ଅନୁସାରେ ଏହି ଅନରେସନ୍‌ ବିପଦପୂର୍ଣ୍ଣ ଥିଲା । ଚ୍ୟାଲେଞ୍ଜର ସହ ଏହାକୁ ଗ୍ରହଣ କରାଯାଇ ଅପରେସନ କରାଯାଇଛି । ଯୁବକ ଜଣକ ଏବେ ସୁସ୍ଥ ଅଛନ୍ତି ।