Advertisment

ସରପଞ୍ଚରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ହେଲେ ବିଷ୍ଣୁଦେଓ

୫୯ ବର୍ଷୀୟ ବିଷ୍ଣୁ ଦେଓ ବିଜେପିର ବରିଷ୍ଠ ନେତା। କୁନକୁରୀ ବିଧାନସଭାରୁ ନିର୍ବାଚିତ ହୋଇଛନ୍ତି। କୁନକୁରୀ ସୀମା ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାକୁ ଲାଗିଛି। ବିଜେପିର ଆଦିବାସୀ ଚେହେରା ବିଷ୍ଣୁଦେଓ ।

author-image
Santosh Kumar Sahoo
vishno dev sai

vishno dev sai

ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ । ବିଜେପି ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓ ସାଏଙ୍କ ନାଁରେ ମୋହର ବାଜିଛି। ବିଷ୍ଣୁଦେବ ଛତିଶଗଡ଼ର ଜଣେ ଜଣାଶୁଣା ଆଦିବାସୀ ଚେହେରା। ଅଜିତ ଯୋଗୀଙ୍କ ପରେ ବିଷ୍ଣୁଦେଓ ହେଉଛନ୍ତି ଦ୍ୱିତୀୟ ଆଦିବାସୀ ଚେହେରା ଯିଏ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

Advertisment

୫୯ ବର୍ଷୀୟ ବିଷ୍ଣୁ ଦେଓ ବିଜେପିର ବରିଷ୍ଠ ନେତା। କୁନକୁରୀ ବିଧାନସଭାରୁ ନିର୍ବାଚିତ ହୋଇଛନ୍ତି। କୁନକୁରୀ ସୀମା ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାକୁ ଲାଗିଛି। ବିଜେପିର ଆଦିବାସୀ ଚେହେରା ବିଷ୍ଣୁଦେଓ । ସାଂସଦ ସହ କେନ୍ଦ୍ର ମନ୍ତ୍ରୀ ବି ରହିସାରିଛନ୍ତି । ରମଣ ସିଂଙ୍କ ଘନିଷ୍ଠ ଭାବେ ବେସ୍ ଜଣାଶୁଣା ବିଷ୍ଣୁଦେଓ। ସରପଞ୍ଚ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୦ରୁ ୯୮ ପର୍ଯ୍ୟନ୍ତ ଅବିଭକ୍ତ ମଧ୍ୟପ୍ରଦେଶ ବିଧାନସଭାର ବିଧାୟକ ଥିଲେ। ୧୯୯୯ ମସିହାରେ ପ୍ରଥମ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ରାୟଗଡ ଆସନରୁ ସଂସଦକୁ
ଆସିଥିଲେ ବିଷ୍ଣୁଦେଓ। ୨୦୧୯ ପର୍ଯ୍ୟନ୍ତ ରାୟଗଡ ସାଂସଦ ରହିଥିଲେ। ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଥିଲେ ବିଷ୍ଣୁଦେଓ। ୨୦୦୬ ଓ ୨୦୨୦ରେ ଛତିଶଗଡ ରାଜ୍ୟ ବିଜେପି ସଭାପତି ଭାବେ କାର୍ଯ୍ୟ କରିଥିଲେ।

India News BJP Chattisgarh
Advertisment
Advertisment