ବିଧାନସଭାରେ ବିଜୁ ଝଡ଼, ଦିନ ତମାମ ହାଇଡ୍ରାମା । ଆକ୍ରମଣାତ୍ମକ ମୁଦ୍ରାରେ ବିଜେଡି, ବିଜେପି ଦେଖାଇଲା ଆଇନା । ଶାସକ-ବିରୋଧୀ ମୁହାଁମୁହିଁରୁ ଚାଲିପାରିଲାନି ଗୃହ ।
ବିଜୁ ଜୟନ୍ତୀର ପ୍ରଥମ ଉତ୍ସବ ବିଧାନସଭା ସଚିବାଳୟ ତରଫରୁ ପାଳନ କରାଯାଇଥିଲା । ବାଚଷ୍ପତିଙ୍କ ଦ୍ୱାରା ଆହୂତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା; ବାଚଷ୍ପତି ସୁରମା ପାଢୀ, ଉପବାଚଷ୍ପତି, ସରକାରୀ ଦଳର ମୁଖ୍ୟସଚେତକ, ବହୁ ସମାଜସେବୀ ଓ ସାମ୍ବାଦିକଙ୍କ ସମେତ ବିଜେଡି ତରଫରୁ ଦଳର ପ୍ରତିଷ୍ଠାତା ସଭ୍ୟ ତଥା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗ ଦେଇଥିଲେ ।
ଆଜିଠୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ଦଳ । ଏଥର ମୁଖ୍ୟ ପ୍ରସଙ୍ଗ ହୋଇପାରନ୍ତି ବିଜୁ ବାବୁ । ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ପୁରା ତୟାର ଶାସକ ଦଳ ।
ନିଜ ଜାଲରେ ନିଜେ ଫସିଲା କି ବିଜେଡି? ବିଜୁଙ୍କୁ ନେଇ କରୁଥିବା ରାଜନୀତିରେ ମିଳିଲା କି ଶକ୍ତ ଝଟକା ? ଖୋଦ୍ ନିଜ ଦଳର ବରିଷ୍ଠ ନେତା ଏହାକୁ ନିନ୍ଦା କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନଙ୍କ ନିମନ୍ତ୍ରଣ ସତ୍ତ୍ୱେ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଲେନି ନବୀନ ପଟ୍ଟନାୟକ । ନବୀନଙ୍କ ଅନୁପସ୍ଥିତି ନେଇ କଡ଼ା ସମାଲୋଚନା କଲେ ମୋହନ । କହିଲେ କାର୍ଯ୍ୟକ୍ରମକୁ ନ ଆସି ନବୀନ ପାପ କରିଛନ୍ତି ।
ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବିଜୁ ବାବୁଙ୍କ କଥା ମନେପକେଇ ନିଜ ଜୀବନରେ ଘଟିଥିବା ଏକ ସୁନ୍ଦର କାହାଣୀର ଅବତାରଣାକରି କହିଥିଲେ, 'ମୁଁ ବିଜୁ ବାବୁଙ୍କ ଘରକୁ ଯାଇଥିଲି । ବିଜୁ ବାବୁ ମତେ ଏବଂ ପତ୍ନୀ ସଂଗୀତାଙ୍କୁ ଜଳଖିଆ ଖାଇବାକୁ ଦେଇ କହିଲେ ତୋତେ ଆରେଷ୍ଟ କରିବି ।
ବିଜୁଙ୍କ ନାଁରେ ବିଜୁ ଜନତା ଦଳ ଗଢି ଦୀର୍ଘ ବର୍ଷ ରାଜ୍ୟରେ ଶାସନ ଚଳାଇଲେ ପୁତ୍ର ନବୀନ ପଟ୍ଟନାୟକ, ହେଲେ ବିଜୁଙ୍କ ପୈତୃକ ଗ୍ରାମରେ ବିଜୁଙ୍କ ସ୍ମୃତି ଉଦ୍ଦେଶ୍ୟରେ କିଛି କରିବା ପାଇଁ ଅଞ୍ଚଳବାସୀ ବାରମ୍ବାର ଗୁହାରି କଲେ ମଧ୍ୟ ଶୁଣିଲେନି ନବୀନ । ବିଜୁଜନତା ଦଳ ତ କଲାନି,ବର୍ତ୍ତମାନର ସରକାର ଏଥି ପ୍ରତି ନଜର ଦିଅନ୍ତୁ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।
୧୯୧୬ ମାର୍ଚ୍ଚ ୫ରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ।