Advertisment

Salaar: ‘ସାଲାର୍‌’କୁ ସେନ୍ସର୍ ବୋର୍ଡ ଝଟ୍‌କା; ଦେଖିପାରିବେ ନାହିଁ ୧୮ ବର୍ଷରୁ କମ୍ ପିଲା!

‘ସାଲାର୍‌’ ଗ୍ରାଣ୍ଡ୍ ଥିଏଟ୍ରିକାଲ୍ ରିଲିଜ୍ ଠାରୁ ମାତ୍ର ଦଶ ଦିନ ଦୂରରେ ଅଛି। ଏହାରି ଭିତରେ ନିକଟରେ ସେନ୍ସର ବୋର୍ଡ (ସିବିଏଫ୍‌ସି) କୁ ପଠାଯାଇଥିଲା ଏବଂ ସେନ୍ସର ବୋର୍ଡ ଫିଲ୍ମକୁ ୨ ଘଣ୍ଟା ୫୫ ମିନିଟ୍‌ର ରନ୍‌ଟାଇମ୍ ସହିତ ‘A’ ସାର୍ଟିଫିକେଟ୍ ଦେଇଛି।

author-image
Pramod Behera
ଅଦ୍ୟତନ ହୋଇଛି
censor board gives a certificate to prabhas starrer salaar

censor board gives a certificate to prabhas starrer salaar

ହୋମ୍ବଲେ ଫିଲ୍ମସର ‘ସାଲାର: ପାର୍ଟ -1 ସିଜଫାୟାର୍’ ହେଉଛି ଭାରତୀୟ ସିନେମାର ବହୁ ପ୍ରତୀକ୍ଷିତ ଫିଲ୍ମ। ପ୍ରଭାସଙ୍କ ଅଭିନୀତ ତଥା ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ପ୍ରଶଂସକ ଏବଂ ଦର୍ଶକଙ୍କ ମଧ୍ୟରେ ବହୁ ଚର୍ଚ୍ଚିତ ଏବଂ ଏହା ୨୨ ଡିସେମ୍ବରରେ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରେ ସିନେମା ହଲ୍‌କୁ ଆସିବ। ଏହି ଆକ୍ସନ୍-ପ୍ୟାକ୍ ଫିଲ୍ମକୁ ଦେଖିବା ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

Advertisment

ଫିଲ୍ମଟି ଏହାର ଗ୍ରାଣ୍ଡ୍ ଥିଏଟ୍ରିକାଲ୍ ରିଲିଜ୍ ଠାରୁ ମାତ୍ର ଦଶ ଦିନ ଦୂରରେ ଅଛି। ଏହାରି ଭିତରେ ଏକ ଅପଡେଟ୍‌ରେ ଏହା ପ୍ରକାଶ ପାଇଛି ଯେ ଏହି ଫିଲ୍ମ ନିକଟରେ ସେନ୍ସର ବୋର୍ଡ (ସିବିଏଫ୍‌ସି) କୁ ପଠାଯାଇଥିଲା ଏବଂ ସେନ୍ସର ବୋର୍ଡ ଫିଲ୍ମକୁ ୨ ଘଣ୍ଟା ୫୫ ମିନିଟ୍‌ର ରନ୍‌ଟାଇମ୍ ସହିତ ‘A’ ସାର୍ଟିଫିକେଟ୍ ଦେଇଛି। ଏଥିରୁ କିଛି ସିନ୍‌ କାଟିବାକୁ ନିର୍ଦ୍ଦେଶ ରହିଛି। ଏଥିରୁ ଜଣାପଡୁଛି ଏଥିରେ ଏମିତି କିଛି ହିଂସାତ୍ମକ ଦୃଶ୍ୟ ଅଛି ଯାହାକୁ ୧୮ ବର୍ଷରୁ କମ୍ ପିଲା ଦେଖିପାରିବେ ନାହିଁ। ଯାହା ନିର୍ମାତାଙ୍କ ପାଇଁ କିଛିମାତ୍ରାରେ ଝଟ୍‌କା ହୋଇପାରେ।

ତେବେ ବଡ଼ ପରଦାରେ ଫିଲ୍ମ ଦେଖିବାକୁ ଅପେକ୍ଷା କରିଥିବା ପ୍ରଶଂସକ ଏବଂ ଦର୍ଶକଙ୍କ ପାଇଁ ଏହା ପ୍ରକୃତରେ ରୋମାଞ୍ଚକର ଖବର, କାରଣ ଏହି ଫିଲ୍ମରେ ଅନେକ ଜବରଦସ୍ତ ଆକ୍ସନ୍ ସିନ୍, ବ୍ଲଡ ବାଥ୍ ଏବଂ ଭୟଙ୍କର ହିଂସା ରହିଛି। 'A' ସାର୍ଟିଫିକେଟ’ର ଏହି ଖବର ଫିଲ୍ମର କନ୍ସେପ୍ଟର ଏକ ପ୍ରମାଣ ଏବଂ ଏହା ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାକୁ ଯାଉଛି।

Advertisment

ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟ୍ରେଲରରୁ ଏହା ସ୍ପଷ୍ଟ ହୋଇଛି ଯେ ଯେତେବେଳେ ସବୁଠାରୁ ବଡ ଆକ୍ସନ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଏବଂ ସବୁଠୁ ବଡ ଆକ୍ସନ୍ ସୁପରଷ୍ଟାର ପ୍ରଭାସ ଏକାଠି ହୋଇଛନ୍ତି ସେତେବେଳେ ଏକ ସ୍ୱତନ୍ତ୍ର ପ୍ରକାରର ସିନେମାଟିକ୍ ଅନୁଭୂତି ମିଳିବ। ଏହି ଫିଲ୍ମରେ ପ୍ରଭାସଙ୍କ ବ୍ୟତିତ ଶ୍ରୁତି ହାସନ, ପୃଥ୍ୱୀରାଜ ସୁକୁମାରନ୍ ଏବଂ ଜଗପତି ବାବୁଙ୍କ ଭଳି କଳାକାରମାନେ ଅଛନ୍ତି।

Prabhas Bollywood Salaar Tollywood
Advertisment
Advertisment