/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702279884.jpg)
Sabarimala Temple
କି ଦୁଃଖ ଦେଲା ଦଇବ । ଭଗବାନ୍ ଆୟପ୍ପାଙ୍କୁ ଦର୍ଶନ କରିବାକୁ ଆସି ସବୁଦିନ ପାଇଁ ଅଫେରା ଦୁନିଆକୁ ଚାଲିଗଲା କୁନି ଝିଅ । ତାମିଲନାଡୁର ଜଣେ ୧୧ ବର୍ଷିୟ ନାବାଳିକା ଶନିବାର ଦିନ ହୃଦଘାତରେ ପ୍ରାଣ ହରାଇଛନ୍ତି । କେରଳର ସାବରିମାଲା ମନ୍ଦିରରେ ଦର୍ଶନ ପାଇଁ ଲମ୍ବା ଧାଡିରେ ଅପେକ୍ଷା କରିଥିବା ବେଳେ ଏଭଳି ଏକ ହୃଦୟବିଦାକ ଘଟଣା ଘଟିଛି ।
ମୃତକ ତିନି ବର୍ଷ ବୟସରୁ ହୃଦରୋଗରେ ପୀଡ଼ିତ ଥିଲେ । ଘଟଣାଦିନ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିବା ବେଳେ ନାବାଳିକା ଜଣକ ଠେଲାପେଲାରେ ତଳେ ପଡ଼ିଯାଇଥିଲେ । ସେଠାରେ ସେ ବେହୋସ୍ ହୋଇଯିବାରୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ଦୁର୍ଭାଗ୍ୟ, ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।
ବର୍ତ୍ତମାନ ସମୟରେ ସାବରିମାଲା ମନ୍ଦିରରେ ଭକ୍ତଙ୍କ ନାହିଁନଥିବା ଭିଡ଼ ଦେଖିବା ପାଇଁ ମିଳିଛି । କିଛି ଶ୍ରଦ୍ଧାଳୁ ଆୟାପ୍ପାଙ୍କ ଝଲକ ପାଇବା ପାଇଁ ୧୮ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରି ରହିଛନ୍ତି, ଆଉ କିଛି ଧାଡ଼ି ଭାଙ୍ଗୁଥିବାର ଦେଖିବାକୁ ମିଳୁଛି । ଦୀର୍ଘ ସମୟ ଅପେକ୍ଷା ହେତୁ ତୀର୍ଥଯାତ୍ରୀମାନେ ବ୍ୟାରିକେଡ ଭାଙ୍ଗି ପଶିବାକୁ ଚେଷ୍ଟା କରିଥିଲେ । ଫଳରେ ମନ୍ଦିର ଭିତରେ ଦଳାଚକଟା ସ୍ଥିତି ସୃଷ୍ଟି ହେଉଛି ।
ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ଭର୍ଚୁଆଲ ଧାଡ଼ି ବୁକିଂ ସୀମାକୁ ୧୦,୦୦୦ କୁ କମାଇବା ପାଇଁ ନିଷ୍ପତ୍ତି ହୋଇଛି । ପୂର୍ବରୁ ୯୦,୦୦୦ ଥିବାବେଳେ ଏହାକୁ ୮୦,୦୦୦ ହଜାରରେ ସୀମିତ ରଖାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)