Advertisment

୨୦୨୩ରେ ଗୁଗୁଲରେ ସବୁଠାରୁ ଅଧିକ ଖୋଜା ଯାଇଥିବା ଅଭିନେତ୍ରୀ ହେଲେ ଭାରତୀୟ

ଗୁଗୁଲ୍ ରିଲିଜ୍ କରିଛି ଏହାର ୨୦୨୩ ସର୍ଚ୍ଚ ତାଲିକା। ଏଥିରେ ଜଣେ ଭାରତୀୟ ଅଭିନେତ୍ରୀ ଅଛନ୍ତି ଯିଏ ମାର୍ଗୋଟ୍ ରୋବି, ଗାଲ୍ ଗଡୋଟ୍‌ଙ୍କ ପରି ଅନେକ ବଡ ବଡ ହସ୍ତୀଙ୍କୁ ପଛରେ ପକେଇ ଦୁନିଆର ସବୁଠାରୁ ଖୋଜା ଯାଇଥିବା ଚଳଚ୍ଚିତ୍ର ଅଭିନେତ୍ରୀ ହୋଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Most searched film actress in the world on Google in 2023 is Indian

Most searched film actress in the world on Google in 2023 is Indian

ଗୁଗୁଲ୍ ରିଲିଜ୍ କରିଛି ଏହାର ୨୦୨୩ ସର୍ଚ୍ଚ ତାଲିକା। ଏହା ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବିଶ୍ୱର ସମସ୍ତ ଟପ୍ ସର୍ଚ୍ଚ ଟ୍ରେଣ୍ଡର ବିବରଣୀ ପ୍ରଦାନ କରେ। ଏଥିରେ ରହିଛି ସବୁଠାରୁ ଅଧିକ ଖୋଜାଯାଇଥିବା ଅଭିନେତା, ଚଳଚ୍ଚିତ୍ର, ସମ୍ବାଦ ଇଭେଣ୍ଟ, କ୍ରୀଡା ଇଭେଣ୍ଟ, ଏବଂ ଅନ୍ୟାନ୍ୟ ସାଇଟ୍।

Advertisment

ଏହି ଫଳାଫଳ ଏମିତି କିଛି ଚର୍ଚ୍ଚିତ ଲୋକମାନଙ୍କ ତାଲିକା କରିଛି ଯାହା ଆଶା କରାଯାଉଥିଲା। ଏହାରି ଭିତରେ ଏମିତି କିଛି ତାଲିକା ଅଛି ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରେ। ଏଥିରେ ଜଣେ ଭାରତୀୟ ଅଭିନେତ୍ରୀ ଅଛନ୍ତି ଯିଏ ମାର୍ଗୋଟ୍ ରୋବି, ଗାଲ୍ ଗଡୋଟ୍‌ଙ୍କ ପରି ଅନେକ ବଡ ବଡ ହସ୍ତୀଙ୍କୁ ପଛରେ ପକେଇ ଦୁନିଆର ସବୁଠାରୁ ଖୋଜା ଯାଇଥିବା ଚଳଚ୍ଚିତ୍ର ଅଭିନେତ୍ରୀ ହୋଇଛନ୍ତି। ତାଙ୍କର ଲୋକପ୍ରିୟତା ଏବେ କେବଳ ଭାରତରେ ସୀମିତ ନୁହେଁ। କିଆରା ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ଏକ ଆଇକନ ହୋଇଯାଇଛନ୍ତି।

ବିଶ୍ୱସ୍ତରରେ ୨୦୨୩ରେ ଅଧିକ ଖୋଜା ଯାଇଥିବା ଅଭିନେତାଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି ଜେରେମି ରେନର। ତାଙ୍କ ପରେ ଡାନି ମାଷ୍ଟରସନ, ପେଡ୍ରୋ ପାସ୍କାଲ୍ ଏବଂ ବ୍ରାଣ୍ଡେନ୍ ଫ୍ରେଜର ମଧ୍ୟ ଅନ୍ତର୍ଭୁକ୍ତ। କେବଳ ଦୁଇଜଣ ଅଭିନେତ୍ରୀ ଶ୍ରେଷ୍ଠ ୧୦ରେ ଅଛନ୍ତି - ଜେନ୍ନା ଓରଟେଗା ଏବଂ କିଆରା ଆଡ୍‌ଭାନି।

Advertisment

ଜେନ୍ନା ଓର୍‌ଟେଗା ଚଳିତ ବର୍ଷ କୌଣସି ଫିଲ୍ମ କରି ନଥିବାରୁ କିଆରାଙ୍କୁ ୨୦୨୩ ମସିହାରେ ଗୁଗୁଲରେ ଦୁନିଆର ସବୁଠାରୁ ଅଧିକ ଖୋଜା ଯାଇଥିବା ଚଳଚ୍ଚିତ୍ର ଅଭିନେତ୍ରୀ ଭାବରେ ପରିଣତ କରାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି ପ୍ରିୟଙ୍କା ଚୋପ୍ରା, ଦୀପିକା ପାଦୁକୋନ ଏବଂ ଆଲିଆ ଭଟ୍ଟଙ୍କ ପରି ବିଶ୍ୱସ୍ତରରେ ଲୋକପ୍ରିୟ ଭାରତୀୟ ତାରକାମାନେ ମଧ୍ୟ ଏହି ୧୦ଜଣଙ୍କ ମଧ୍ୟରେ ତାଲିକାଭୁକ୍ତ ହେବାରୁ ବାଦ ପଡିଛନ୍ତି।

କିଆରାଙ୍କ ପାଇଁ ଚଳିତ ବର୍ଷ ଖୁବ ଲକୀ ହୋଇଛି। ସେ ରାଜସ୍ଥାନର ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଗ୍ରାଣ୍ଡ ବିବାହ କରିଥିଲେ, ଯାହା ଦୁଇ ଅଭିନେତାଙ୍କୁ ଗୁଗୁଲ୍ ସର୍ଚ୍ଚର ଶୀର୍ଷକୁ ନେଇଥିଲା। ଏହା ପରେ ସେ କାର୍ତ୍ତିକ ଆର୍ଯ୍ୟଙ୍କ ବିପକ୍ଷରେ ‘ସତ୍ୟପ୍ରେମ କି କଥା’ରେ ଦେଖାଦେଲେ। ଫିଲ୍ମଟିକୁ ପସନ୍ଦ କରାଗଲା ଏ ଏହାବଂ ଭଲ ବ୍ୟବସାୟ ମଧ୍ୟ କଲା। ଫିଲ୍ମରେ ​ଯୌନ ନିର୍ଯାତନାର ଶିକାର ହୋଇଥିବା କିଆରାଙ୍କ ପ୍ରଦର୍ଶନକୁ ମଧ୍ୟ ଖୁବ ପ୍ରଶଂସା କରାଯାଇଥିଲା।

Bollywood Kiara Advani
Advertisment
Advertisment