Advertisment

‘ଆଜିର ରାୟ କେବଳ ଏକ ଆଇନଗତ ବିଚାର ନୁହେଁ, ଏହା ଆଶାର ଆଲୋକ’

‘ଜାମ୍ମୁକାଶ୍ମୀର ଓ ଲଦାଖ ଭାଇଭଉଣୀଙ୍କ ସ୍ୱପ୍ନ ପୂରଣ ନିଷ୍ପତ୍ତିରେ ଆମେ ଅଟଳ’

author-image
Prangyan Parimita
ଅଦ୍ୟତନ ହୋଇଛି
Narendra Modi

Narendra Modi

ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି- ଧାରା ୩୭୦ ଉଚ୍ଛେଦକୁ କାଏମ ରଖି ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। ସଂସଦରେ ସାମ୍ବିଧାନିକ ଭାବେ ଏହି ନିଷ୍ପତ୍ତି ହୋଇଥିଲା । ଏବେ ଜାମ୍ମୁ କାଶ୍ମୀର ବାସୀଙ୍କ ପାଇଁ ନୂଆ ଆଶା, ସମୃଦ୍ଧି, ବିକାଶ ହେବ। ଜାମ୍ମୁ କାଶ୍ମୀର ଓ ଲଦାଖବାସୀଙ୍କ ସବୁ ସ୍ବପ୍ନ ପୂରଣ କରାଯିବ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ସେପଟେ ବିଭିନ୍ନ ସ୍ଥାନରେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରି ଉତ୍ସବ ପାଳନ କରାଯାଇଛି। ଭାରତରେ ଜାମ୍ମୁ କାଶ୍ମୀରକୁ ମିଶ୍ରଣ କରାଇବାରେ ପ୍ରମୁଖ ଭୂମିକା ନେଇଥିବା ମହାରାଜା ହରି ସିଂହଙ୍କ ପୁଅ ତଥା ବରିଷ୍ଠ କଂଗ୍ରେସ ନେତା କରନ ସିଂହ କହିଛନ୍ତି, ବୁଝି ବିଚାରି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦ କହିଛନ୍ତି, ଏହା ଦ୍ୱାରା କାଶ୍ମୀର ଯୁବକ କ୍ଷତିରେ ପଡ଼ିବେ। ... ସେମାନଙ୍କୁ ନିଜ ରାଜ୍ୟରେ ଅଗ୍ରାଧିକାର ମିଳିବ ନାହିଁ।

ଆଜି ୩୭୦ ଧାରା ଉଚ୍ଛେଦକୁ ସୁପ୍ରିମକୋର୍ଟରେ କାଏମ୍ ରଖାଯାଇଛି । ଧାରା ୩୭୦ ଉଚ୍ଛେଦ ଆଇନ ଅନୁସାରେ ଠିକ୍ । କେନ୍ଦ୍ରର ନିଷ୍ପତ୍ତିକୁ କାଏମ୍ ରଖିଛନ୍ତି ସୁପ୍ରିମକୋର୍ଟ । ସଂସଦର ନିଷ୍ପତ୍ତିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିପାରିବନି। ରାଷ୍ଟ୍ରପତିଙ୍କ ନିଷ୍ପତ୍ତିରେ କିଛି ଭୁଲ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଧାରା ୩୭୦ ଜାମ୍ମୁ କାଶ୍ମୀରକୁ ଭାରତରେ ମିଶ୍ରଣ ପାଇଁ । ଭାରତରେ ମିଶ୍ରଣ ପାଇଁ ଏହା ଏକ ବାଧା ନୁହେଁ । ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା। ଭାରତରେ ମିଶ୍ରଣ ସହିତ ଜାମ୍ମୁ କାଶ୍ମୀରର ସାର୍ବଭୌମତ୍ୱ ସରିଥିଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Advertisment

ସେହିପରି ଯଥା ଶୀଘ୍ର ଜାମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଜାମ୍ମୁ କାଶ୍ମୀରରେ ନିର୍ବାଚନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ନିର୍ବାଚନ କମିଶନଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ତେବେ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ...

PM Modi Article 370 Sc Verdict
Advertisment
Advertisment